Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମା’ ହେବାକୁ ଚାହୁଁଛନ୍ତି ମୀରା ପରିଡ଼ା

    Share on :
    Date: Sep 21, 2018    Views: 7141

    ଭୁବନେଶ୍ୱର : ଅପରେସନ ପରେ ମୁଁ ଏବେ ଝିଅ  । ତେବେ ସମ୍ପୂର୍ଣ୍ଣ ଝିଅ ନୁହେଁ  । ମା’ ନହେଲେ ଜଣେ ସମ୍ପୂର୍ଣ୍ଣ ଝିଅ ହୋଇପାରିବ ନାହିଁ  । ମୁଁ ମା’ ହେବାକୁ ଚାହେଁ  । ସେଥିପାଇଁ ଗର୍ଭାଶୟ ଟ୍ରାନ୍ସପ୍ଲାଂଟ କରିବି  । ଏହି ପ୍ରକ୍ରିୟା ଏବେ ଜାରିରହିଛି  । ନିଜ ଜୀବନର ଅନେକ ତିକ୍ତ ଅନୁଭୂତି ସାଉଁଟିବା ବେଳେ ଏମିତି ଭାବବିହ୍ୱଳ ଭାବେ ନିଜ ମନର କଥା ବ୍ୟକ୍ତ କରିଛନ୍ତି ମୀରା ପରିଡ଼ା  ।

    ଯେଉଁ ମୀରାଙ୍କୁ ଦିନେ ଗାଁ ଗହଳିରେ ଲୋକେ ଟାହିଟାପରା କରୁଥିଲେ, ଯିଏ ଦିନେ ଲୋକଙ୍କ ଟାହିଟାପରା ସହି ନପାରି ଗାଁ ଛାଡ଼ି ସହର ମୁହାଁ ହୋଇଯାଇଥିଲେ ଆଜି ସେ ଖାଲି ଓଡ଼ିଶା ନୁହଁନ୍ତି ଦେଶ ବିଦେଶରେ ବେଶ ପରିଚୟ ହାସଲ କରିଛନ୍ତି  । ଟ୍ରାନ୍ସଜେଣ୍ଡରଙ୍କ ବିକାଶ ଓ ହକ୍ ପାଇଁ ସେ ବହୁ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି  । 

    ଏକ ସାକ୍ଷାତକାରରେ ମୀରା ତାଙ୍କ ଜୀବନର ଅନେକ ଅଭିଜ୍ଞତା ଓ ଅନୁଭୂତିକୁ ବଖାଣିଛନ୍ତି  । ଗାଁ ଲୋକଙ୍କ ଟାହିଟାପରା ସହିନପାରି ସେ ଭୁବନେଶ୍ୱର ଚାଲି ଆସିଥିଲେ  । କେବେ ପାମ୍ପଡ଼ ବିକିଥିଲେ ତ କେବେ ଗୁପଚୁପ ବିକ୍ରି କରିଥିଲେ  । ସମସ୍ତଙ୍କ ଠାରୁ ମାଇଚିଆ ମାଇଚିଆ ବୋଲି ଶୁଣିଶୁଣି କନିଆରୀ ମଞ୍ଜି ଖାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ବି ନେଇଥିଲେ  । ଖାଲି ସେତିକିନୁହେଁ ସେ ଏକ ଝିଅକୁ ବିବାହ ମଧ୍ୟ କରିଥିଲେ  । ପରେପରେ ଛାଡ଼ପତ୍ର ହେବା ସହ ଥାନାରେ ମଧ୍ୟ ଅଟକ ରହିଥିଲେ  । ହେଲେ ଜୀବନ ଦୌଡ଼ରେ ସେ କେବେ ହାରି ଯାଇନଥିଲେ  । ଦିନେ ତାଙ୍କୁ ଧର୍ଷଣ କରିଥିବା ବ୍ୟକ୍ତି ଆଜି ତାଙ୍କ ଗୋଡ଼ ହାତ ଧରି ଭୁଲ ବି ମାଗିଛନ୍ତି  । ସମାଜରେ ସେ ବେଶ ପ୍ରତିଷ୍ଠିତ ହୋଇଥିଲେ ବି ମା’ ହେବାର ଇଚ୍ଛା ତାଙ୍କ ମନରେ ଜାଗ୍ରତ ହୋଇଛି  । ସର୍ଜରୀ କରି ସେ ଝିଅ ହୋଇଥିଲେ ମଧ୍ୟ ମା’ ହେବା ପାଇଁ ଗର୍ଭାଶୟ ନାହିଁ  । ଏବେ ସେ ଚିକିତ୍ସିତ ହେଉଛନ୍ତି  । ଗର୍ଭାଶୟ ଟ୍ରାନ୍ସପ୍ଲାଂଟ କରି ମା’ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି  ।

    Maximum 500 characters

    ବିଶେଷ View all

    Find Us on Facebook