Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କୃଷି ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ପ୍ରତିଟି ଇଟା କହେ ଚାଷୀଙ୍କ ସଫଳତାର କଥା

    Share on :
    Date: Sep 20, 2018    Views: 1224

    ଭୁବନେଶ୍ୱର: ଗୁରୁବାର କୃଷି ଭବନ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କୃଷି ଭବନର ଗୋଟିଏ ଗୋଟିଏ ଇଟା ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ ସଫଳତା କଥା କହୁଛି । ଏହି କୃଷି ଭବନ, ଆମ ଚାଷୀ ଭାଇଭଉଣୀମାନଙ୍କ ନିଜ ଭବନ । ଗୋଟିଏ ଛାତ ତଳେ ଏହି ଭବନରୁ ଚାଷୀମାନେ ସବୁ ସେବା ପାଇପାରିବେ । ଏହି ଭବନ ଚାଷୀ ଭାଇ ଭଉଣୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

    ଏହାଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୨୦୧୧ରେ ଓଡ଼ିଶା ପ୍ରଥମ ଥର ପାଇଁ କୃଷି କର୍ମଣ ପୁରସ୍କାର ପାଇଥିଲା । ପରେ କୃଷି ମନ୍ତ୍ରୀ ଓ ସଚିବ ଓଡ଼ିଶା ପାଇଥିବା ପୁରସ୍କାର ତାଙ୍କୁ ଦେଇଥିଲେ । ସେତେବେଳେ ପୁରସ୍କାର ଟଙ୍କା ଥିଲା ୨ କୋଟି ଟଙ୍କା । ତେବେ ଉକ୍ତ ପୁରସ୍କାର ଟଙ୍କା ଚାଷୀମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ସେ ସେହିଦିନ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । 

    ଏହାଛଡ଼ା ଓଡ଼ିଶାର ଚାଷୀ ଭାଇମାନେ ଚାରି ଚାରି ଥର ଆମ ପାଇଁ ପୁରସ୍କାର ଆଣିଛନ୍ତି । ପୁରସ୍କାର ଟଙ୍କା ଭାବେ ଆମେ ୧୭ କୋଟି ଟଙ୍କା ପାଇଛୁ । ଉକ୍ତ ଟଙ୍କା କୃଷି ଭବନରେ ହିଁ ବିନିଯୋଗ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 
    ସେହିପରି ଚାଷୀଙ୍କ ସୁଖ ଦୁଃଖରେ ସେ ସବୁବେଳେ ଅଛନ୍ତି ଓ ଚାଷୀଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛନ୍ତି ଏବଂ କରିଚାଲିଥିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook