Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଟିଜିପିସି ମିସ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶୁଭଶ୍ରୀ

    Share on :
    Date: Sep 20, 2018    Views: 241

    ଭୁବନେଶ୍ୱର:  ଯୁବତୀଙ୍କ ଭିତରେ ଳୁକ୍କାୟିତ ହୋଇ ରହିଥିବା ପ୍ରତିଭାକୁ ସାମ୍ନାକୁ  ଆଣିବା ପାଇଁ ‘ଦ ଗ୍ରେଟ ଇଣ୍ଡିଆ ପ୍ୟାଜେଣ୍ଟକମୁ୍ୟନିଟି-୨୦୧୮’ର ଟିଜିପିସି ମିସ ଇଣ୍ଡିଆ ପ୍ରତିଯୋଗିତା ଅନଲାଇନରେ ଆୟୋଜିତ ହୋଇଯାଇଛି । ଏହା ହେଉଛି ଏକ ଅନଲାଇନ ସୌନ୍ଦର୍ଯ୍ୟ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଶୀର୍ଷ ୨୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଯୁବତୀ । ସେ ହେଲେ କଟକ ଅଞ୍ଚଳର ଶୁଭଶ୍ରୀ ପଟ୍ଟନାୟକ ।
    ଶୁଭଶ୍ରୀ ୨୦୧୪ରେ ‘ଡାବୁ ରତନାନି ମଡେଲ ହଣ୍ଟ’ର ଶୀର୍ଷ ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ । ତା ପରେ ସେ ଓଡ଼ିଶା ପାଇଁ ପିଏଫଏ କ୍ୟାଲେଣ୍ଡରରେ ଫଟୋ ସୁଟ କରିଥିଲେ । ସେ ସାମ୍ବାଦିକତା, ମନୋବିଜ୍ଞାନ ଓ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି  । କିନ୍ତୁ ଏବେ ସେ ମୁମ୍ବାଇ ଅମିତ ୟୁନିଭରସିଟିରେ ଫିଲ୍ମ ଓ ଟେଲିଭିଜନ ବିଷୟରେ ପଢୁଛନ୍ତି । 

    Maximum 500 characters

    କଳା View all

    Find Us on Facebook