Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ମେକ ଇନ ଓଡ଼ିଶାରେ ଭାଗ ନେବ ଫ୍ରାନ୍ସ

    Share on :
    Date: Sep 15, 2018    Views: 299

    ଭୁବନେଶ୍ୱର:ଆସନ୍ତା ନଭେମ୍ବରରେ ଓଡ଼ିଶାରେ ହେବାକୁ ଥିବା ମେକ ଇନ ଓଡ଼ିଶାରେ ଫ୍ରାନ୍ସ ଭାଗ ନେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିବା ପରେ ଓଡ଼ିଶାରେ ଫ୍ରାନ୍ସ ପୁଞ୍ଜି ନିବେଶ କରିବ ବୋଲି ଜିଏଗ୍ଲର କହିଛନ୍ତି । 

     ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମେକ ଇନ ଓଡ଼ିଶା  କନକ୍ଲେଭ । ବିଶେଷ କରି ଇଜ ଅଫ ଡୁଇଙ୍ଗ ବିଜନେସ ରିପୋର୍ଟ ବାହାରିବା ପରେ ରାଜ୍ୟ ସରକାର ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଦେଶୀ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

    କିଛି ଦିନ ପୂର୍ବେ ଦିଲ୍ଲୀ ଏବଂ ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ରୋଡ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ ସୋ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଚୀନ, ଜାପାନ ଓ ଦକ୍ଷିଣକୋରିଆରେ ବି ରୋଡ ସୋ ମଧ୍ୟ ଅୟୋଜନ କରାଯାଇଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook