Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଚକି

    Share on :
    ajab-Image
    Date: Sep 15, 2018    Views: 1653


    ଟ୍ରିଂ... ଟ୍ରିଂ... ଟ୍ରିଂ... ଟ୍ରିଂ... ମୋବାଇଲ୍‍ ଆର୍‍ ପଟେ ବୋଉର ସ୍ୱର । “ଦି’ ଦିନ ହେଲାଣି ତୁ କାହିଁକି ଫୋନ୍‍ କରିନୁ?” ବୋଉ କହିଲା ।
    “ନାଇଁ ଅଫିସ୍‍ରୁ ବାହାରୁ ବାହାରୁ ଟିକେ ଡେରି ହେଇଯାଉଛି । ବ୍ୟସ୍ତତା ଭିତରେ ଆଉ ଫୋନ୍‍ କରି ପାରିନି” ମୁଁ କହିଲି ।
    “ହଁ... ଆମ ପାଖକୁ ଫୋନ୍‍ କରିବାକୁ ସମୟ କାହିଁ? ତୋ ଫୋନ୍‍ ତ ସେପଟେ ଯାଉଛି...?” ବୋଉର କଟାକ୍ଷ ।
    ମୁଁ ନିରବ ରହିଲି... । ଆଉ କ’ଣ ସବୁ କହୁଥିଲା ସେ... ମୁଁ କିନ୍ତୁ ଅନ୍ୟ ମନସ୍କରେ ଶୁଣି ପାରି ନଥିଲି...... ।
    .............................
    “ଏତେ ସମୟ ହେଲାଣି ରିଂ କରୁଛି... ଫୋନ୍‍ କାହିଁକି ରିସିଭ୍‍ କରୁନ୍‍?” ମୁଁ କହିଲି ।
    “ପିଉସୀ ଆସିଛନ୍ତି ତ... ତାଙ୍କ ସହ କଥା ହେଉଥିଲି” ତମର ସଂକ୍ଷିପ୍ତ ଉତ୍ତର ।
    “ବୋଉ କହୁଥିଲା ତମ ଘରକୁ ଆସିବା ପର ଠାରୁ ଥରେ ବି ଫୋନ୍‍ କରିନ! ତମ ଆଡୁ ଟିକେ ଫୋନ୍‍ କରିଦେଲେ ଅସୁବିଧା କ’ଣ ଅଛି?” ମୁଁ କହିଲି ।
    “କାହିଁ ତମ ବୋଉ ତାଙ୍କ ଆଡୁ ଟିକେ ଫୋନ୍‍ କରିଦେଲେ ଅସୁବିଧା କ’ଣ ଅଛି?” ତମର୍‍ ଗୁଗ୍‍ଲି...? ଫୋନ୍‍ କଟିଗଲା..... ।
    ...............................
    ବୋଉ ଆଉ ସ୍ତ୍ରୀ ଦୁହିଁଙ୍କ ମଝିରେ ଜୀବନର ସତ୍ତା ଅନୁଭବ କଲା ବେଳେ ପିଲା ଦିନେ ଆମ ଘରେ ବିରି, ମୁଗ ଆଦି ପେଶା ହେଉଥିବା ଚକି ନଜରକୁ ଆସିଲା । ତଳ ଚକିରେ ବୋଉର ମୁହଁ...... ଉପର ଚକିରେ ସ୍ତ୍ରୀର...... । ମୁଁ କେଉଁଠି.......? ନିଜକୁ ଖୋଜୁ ଖୋଜୁ ତଳ ଚକି ସହ ସଂଲଗ୍ନ ମେରୁରେ ନିଜକୁ ପାଇଲି । ଆଉ ଭାବିଲି...... ‘ବାହାଘର ପରେ ଜଣେ ପୁଅର ଅବସ୍ଥା ଠିକ୍‍ ସେହି ଚକିର ମେରୁ ଖୁଣ୍ଟି ଭଳି...... ତଳ ଚକି ଓ ଉପର ଚକି ଭିତରେ ସମନ୍ୱୟ ରକ୍ଷା କରିବା ପାଇଁ ନିଜକୁ ହିଁ ପେଶି ହେବାକୁ ପଡିବ ।’

    ଉମାକାନ୍ତ ପାତ୍ର
    ଥାଲକୁଡି, ମଙ୍ଗଳପୁର, ଯାଜପୁର
    ୯୪୩୯୭୫୦୧୭୫

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook