Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ହାଟରେ ଗୁଲୁଗୁଲା ଖାଉଥିଲେ ବିଷ୍ଣୁ, ମୁଁ ଟିକେଟ ଦେଇଥିଲି : ଦାମ

    Share on :
    Date: Sep 14, 2018    Views: 8634

    ଭୁବନେଶ୍ୱର : ‘ଦାମ ଦୁର୍ନୀତିଗ୍ରସ୍ତ  । ଦୁର୍ନୀତିରୁ ହିଁ ତାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା’  । ବିଷ୍ଣୁ ଦାସଙ୍କ ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଡାକ୍ତର ଦାମୋଦର ରାଉତ  । ବିଷ୍ଣୁ କ’ଣ ଭିଜିଲାନ୍ସ ଡାଇରେକ୍ଟର ଥିଲେ କି ବୋଲି ଦାମ ପ୍ରଶ୍ନ କରିଛନ୍ତି  । ୭୪ ମସିହାରେ ତା’ର ନାବାଳିକି ଫିଟିନଥିବ, ସେ କ’ଣ କହିବ  । ମୁଁ ୬୮ରେ ପାଶ୍ କରି ୬ ବର୍ଷ ଇନଫର୍ମେସନ ଅଫିସର ଥିଲି  । କହୁଥିବା କଥା ସେ କରିଥିବ କି କ’ଣ, ମୁଁ କହିପାରିବିନି  । ମୁଁ ୭୭ରୁ ବିଧାୟକ, ୭୪ରେ ଦୁର୍ନୀତି କଥା କେମିତି ଜାଣିଲା  । ୮୫ରେ ସେ ସୋମନାଥ ହାଟରେ ବସି ଗୁଲୁଗୁଲା ଖାଉଥିଲା  । ମୁଁ ତାକୁ ସେଠୁ ଡାକି ଆଣି ଟିକେଟ ଦିଆ କରାଇଥିଲି  । ୬ ମାସ ମନ୍ତ୍ରୀ ଥିଲା, ଭଲ କାମ କରି ପୁରସ୍କାର ପାଇଥିଲା  । ବୟସ କି ଅଭିଜ୍ଞତାରେ ବିଷ୍ଣୁ ମୋ ସମାସ୍କନ୍ଧ ନୁହେଁ ବୋଲି ଡାକ୍ତର ରାଉତ କହିଛନ୍ତି  ।

    ଦାମଙ୍କ କ୍ୟାରିୟର ଦୁର୍ନୀତିରୁ ଆରମ୍ଭ: ବିଷ୍ଣୁ ଦାସ http://odiaspotnews.in/news-details/21572

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook