Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆତଙ୍କବାଦୀଙ୍କ ଆକ୍ରମଣରୁ ବର୍ତ୍ତିଲେ ଅନୁଭବ

    Share on :
    Date: Sep 14, 2018    Views: 2227

    ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଜମ୍ମୁ କାଶ୍ମୀରରୁ ସୁଟିଂ ସାରି ଫେରୁଥିବାବେଳେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଅନୁଭବ । ତେବେ ସୌଭାଗ୍ୟବଶତ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

    ପ୍ରକାଶ ଯେ, ଅନୁଭବ କାଶ୍ମୀରର ଦୁଢପଟନୀ ଅଞ୍ଚଳକୁ ‘ପ୍ରେମ କୁମାର’ ସିନେମାର ସୁଟିଂ ପାଇଁ ଯାଇଥିଲେ । ସେଠାରୁ ସୁଟିଂ ସାରି ଏକ ଗାଡ଼ିରେ ଫେରୁଥିବାବେଳେ ବାରମୁଲ୍ଲା ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡ଼ିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସେହି ସମୟରେ ଅନୁଭବଙ୍କ ସହିତ କ୍ୟାମେରାମ୍ୟାନ ରବିନ୍ଦ୍ର ବେହେରା, ମେକଅପମ୍ୟାନ ରାଜକିଶୋର ବେହେରା ଓ ସୁଜିତ ଦଳେଇଥିବାବେଳେ ଅନ୍ୟ ଏକ ଗାଡ଼ିରେ ନିଦେ୍ର୍ଧଶକ ତାପସ ସରଘରିଆଙ୍କ ସହ ଅନ୍ୟ ୫ ଜଣ ଥିଲେ । 

    ତେବେ ଆତଙ୍କବାଦୀଙ୍କୁ ପୁଲିସ ପାଟଲା ଜବାବ ବେଦାବେଳେ ସେହି ରାସ୍ତାରେ କିଛି ସମୟ ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଅନ୍ୟପକ୍ଷରେ ଅନୁଭବଙ୍କ ଗାଡ଼ିକୁ ଜୋରରେ ସେହି ଅଞ୍ଚଳରୁ ନେଇ ଯିବା ପାଇଁ ଡ୍ରାଇଭର ଉଦ୍ୟମ କଲାବେଳେ ଗାଡ଼ିର ବ୍ରେକ ଫେଲ ହୋଇଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ତେବେ ଅନୁଭବ ଓ ତାଙ୍କର ସହଯୋଗୀ ସୁରକ୍ଷିତଭାବେ ଦିଲ୍ଲୀ ଫେରିଥିବା ଜଣାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook