Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିର ମତିଭ୍ରମ ହୋଇଛି: ପ୍ରତାପ ଦେବ

    Share on :
    Date: Sep 14, 2018    Views: 2676

    ଭୁବନେଶ୍ୱର: ‘ବିଜେଡିକୁ ବିଜେପିର ପରାମର୍ଶ ଲୋଡ଼ା ନାହିଁ । ଆମ ସଭାପତି ଯାହା କାର୍ଯ୍ୟାନୁଷ୍ଠାନ ନେଲେ ବିଜେପି କାହିଁକି ଉଦବେଗ ପ୍ରକାଶ କରୁଛି  ।’ ବର୍ତ୍ତମାନ ବିଜେପିର ମତିଭ୍ରମ ହୋଇଛି ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ । ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପିର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ପ୍ରତାପ ଦେବ ଏହା କହିଛନ୍ତି । 

    ପୀତାମ୍ବର ଅଚାର୍ଯ୍ୟଙ୍କୁ କଡ଼ା ଜବାବ ଦେଇ ପ୍ରତାପ ଦେବ କହିଛନ୍ତି ଯେ, ଉଭୟ ବିଜେପି ଓ ପୀତାମ୍ବରଙ୍କ ମତିଭ୍ରମ ହୋଇଯାଇଛି । ଆମ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେନେଇ ବିଜେପି କାହିଁକି ଉଦବେଗ ପ୍ରକାଶ କରୁଛି ।  ଦୁର୍ନୀତି ଅଭିଯୋଗ କଥା ବିଧାନସଭାରେ ଆଲୋଚନା ହୋଇଛି ।  ଦୁର୍ନୀତି ଅଭିଯୋଗ ଉପରେ ସରକାର ପଦକ୍ଷେପ ନେବେ । ଏନେଇ ବିଜେପିର କୌଣସି  ପରାମର୍ଶ ଦରକାର ନାହିଁ ବୋଲି ପ୍ରତାପ ଦେବ କହିଛନ୍ତି । ଏହାଛଡ଼ା  ବିଜେପି,ବିଜେଡି ଦ୍ୱାରା ପ୍ରଭାବିତ ଏବଂ ୧୨୦ ଦମ୍ଭୋକ୍ତି ଏବେ ଜଣାପଡ଼ୁନି ବୋଲି ପ୍ରତାବ ଦେବ କହିଛନ୍ତି ।

    ପ୍ରକାଶ ଯେ, ଚାରା, ସମବାୟ ଓ ଓମଫେଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ଶୁକ୍ରବାର ବିଜେପିର ମୁଖପାତ୍ର ପୀତାମ୍ବର ଆଚର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ଅନ୍ୟଥା ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ଦୁର୍ନୀତି ହୋଇଥିବା କୃଷି ମନ୍ତ୍ରୀ ମାନିଥିବାବେଳେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook