Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦାମଙ୍କ କ୍ୟାରିୟର ଦୁର୍ନୀତିରୁ ଆରମ୍ଭ: ବିଷ୍ଣୁ ଦାସ

    Share on :
    Date: Sep 14, 2018    Views: 6633

    ଭୁବନେଶ୍ୱର: ‘ମୁଁ ଦୁର୍ନୀତି ବିରୋଧରେ ସଂଗ୍ରାମ କରୁଛି’ ବୋଲି ବିଜେଡିରୁ ବହିଷ୍ଣୃତ ଦାମୋଦର ରାଉତ ଡିଣ୍ଡିମ ପିଟୁଥିବାବେଳେ ଶୁକ୍ରବାର ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ତାଙ୍କର ପୋଲ ଖୋଲିଛନ୍ତି । ଗତ କିଛି ଦିନ ହେଲା ଦାମଙ୍କ ମୁହଁରୁ ବାଣ ବାହାରୁଥିବାବେଳେ ଆଜି ତାଙ୍କର ଚିରାଚରିତ ଶତ୍ରୁ ବିଷ୍ଣୁ ଦାସ ତାଙ୍କୁ ପାଲଟା ବାଣ ମାରିଛନ୍ତି ।

    ଦାମଙ୍କ ବହିଷ୍କାରର ୨ ଦିନ ପରେ ଦାମଙ୍କ ବିରୋଧରେ କଟୁ ପ୍ରତିକ୍ରିୟା ଦେଇଛନ୍ତି ବିଷ୍ଣୁ ଦାସ । ଦୁର୍ନୀତି ବିରୋଧରେ ଦାମ, ଆନ୍ନା ହଜାରେଙ୍କ ଭଳି ସଂଗ୍ରାମ କରିବେ ବୋଲି କହିଥିବାବେଳେ ବିଷ୍ଣୁ ଦାସ ଏହି କଥାକୁ ହସରେ ଉଡ଼ାଇ ଦେଇଛନ୍ତି । 
     ଶ୍ରୀ ଦାସ କହିଛନ୍ତି ଯେ, ଦାମୋଦର  ଆନ୍ନା କାହିଁକି, ଜୟପ୍ରକାଶଙ୍କ ନାମ ନେଉନାହାନ୍ତି । ଆନ୍ନା ହଜାରେ କେଉଁଠି, ଇଏ କେଉଁଠି ବୋଲି କହି ଦାମଙ୍କୁ ତାଚ୍ଛଲ୍ୟ କରିଛନ୍ତି । ଆନ୍ନା ହଜାରେ କ’ଣ ଦୁର୍ନୀତି କରୁଥିଲେ ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି । ଦାମଙ୍କ ପଛରେ କ’ଣ କମ ବାଟିଆ ବୋଲି କହି ବିଷ୍ଣୁ ଦାସ କହିଛନ୍ତି ଯେ, ଦାମଙ୍କ କ୍ୟାରିୟର ଦୁର୍ନୀତିରୁ ଆରମ୍ଭ ହୋଇଛି ।

    ୧୯୭୪ ମସିହାରେ ପଶୁ ଡାକ୍ତର ଥିବାବେଳେ ଦାମ ଦୁର୍ନୀତିରେ ପଶିଥିଲେ । ସେ ଯେତେବେଳ ଷ୍ଟୋର ଦାୟିତ୍ୱରେ ଥିଲେ, ସେତେବେଳେ ସିମେନ ଦୁର୍ନୀତିରେ ଫଶିଥିଲେ । ତେବେ ପ୍ରତାପ ମହାନ୍ତିଙ୍କ ଜରିଆରେ ବିଜୁ ବାବୁଙ୍କୁ ଭେଟି ଦାମ ଦଳରେ ମିଶିଥିଲେ ବୋଲି ବିଷ୍ଣୁ ଦାସ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook