Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ମୋମୋ’ ପରେ ଏବେ ‘ଅଲିଭିଆ’ ଆତଙ୍କ

    Share on :
    Date: Sep 14, 2018    Views: 367

    ଭୁବନେଶ୍ୱର: ପ୍ରଥମେ ଅନଲାଇନ ଗେମ ‘ବ୍ଲ୍ୁ ହ୍ୱେଲ’ । ତା’ପରେ ‘ମୋମୋ’ । ଆଉ ଏବେ ‘ଅଲିଭିଆ’କୁ ନେଇ ଆତଙ୍କ । ବ୍ଲୁ ହ୍ୱେଲ ଓ ମୋମୋ ଗେମ କିଛି ଜୀବନ ନେଇସାରିବା ପରେ ଏବେ ଜୀବନ ନେବାକୁ ଆସିଛି ‘ଅଲିଭିଆ’ । ତେବେ ‘ଅଲିଭିଆ’ ଅନଲାଇନ ଗେମକୁ ନେଇ ସତର୍କ ସୂଚନା ଜାରି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ।

    ‘ଅଲିଭିଆ’ ନାମରେ ହ୍ୱାଟ୍ସଅପରେ ମେସେଜ ଆସୁଥିବାରୁ କ୍ରାଇମବ୍ରାଞ୍ଚ ସତର୍କ ସୂଚନା ଦେଇଛି । ଯଦି କୌଣସି ଅଚିହ୍ନା ଲୋକଙ୍କ ହ୍ୱାଟ୍ସଅପକୁ ମେସଜ ଆସୁଛି, ତାକୁ ଓପନ ନକରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ  ଦିଆଯାଇଛି । ପିଲାମାନଙ୍କ ଅନଲାଇନ କାରବାର ପ୍ରତି ନଜର ରଖିବାକୁ ଅଭିଭାବକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚପରାମର୍ଶ ଦେଇଛି ।

    ପ୍ରକାଶ ଯେ, ଉଭୟ ‘ବ୍ଲ୍ୁ ହ୍ୱେଲ’ ଓ  ‘ମୋମୋ’ ଗେମ ଖେଳି ବହୁ ଛାତ୍ରଛାତ୍ରୀଙ୍କ ପୂର୍ବରୁ ଜୀବନ ଯାଇଛି । ଏହି ଗେମ ଖେଳି କିଏ ହାତ କାଟି ତ କିଏ ବେକରେ ରଶି ଦେଇ ଜୀବନ ହାରିଛନ୍ତି । ତେବେ ଅନଲାଇନ ଗେମ ‘ଅଲିଭିଆ’ ଜୀବନ ନେବା ଆଗରୁ ସମସ୍ତଙ୍କୁ ସତର୍କ ରହିବାକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook