Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଲିସ-ମାଓବାଦୀ ଗୁଳି ବିନିମୟ

    Share on :
    Date: Sep 14, 2018    Views: 113

    ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲୀ ବ୍ଲକର ତୁଳସୀପାହାଡ଼ରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗତକାଲି ଠାରୁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବାବେଳେ ସେଠାରେ ଥିବା ମାଓ ଶିବିରରୁ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଅନେକ ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବାବେଳେ ମାଓବାଦୀ ବେଟି ରାମା ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ମାଓ କ୍ୟାମ୍ପ ନେଇ ସୂଚନା ମିଳିବା ପରେ ଅପରେସନ କରିଥିଲା ପୁଲିସ । ମାଲକାନଗିରି ଏସପି ଅଭିଷେକ ମୀନାଙ୍କ ନେତୃତ୍ୱରେ ଗତକାଲି ଠାରୁ ପୁଲିସ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ବର୍ତ୍ତମାନ ମଧ୍ୟ ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook