Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାକୁ ହାଣିଲେ ୨ ପୁଅ

    Share on :
    ajab-Image
    Date: Sep 14, 2018    Views: 301

    ସୁନ୍ଦରଗଡ଼: ଭତ୍ତା ଟଙ୍କା ଦେବାକୁ ମାଆ ମନା କଲା । ଆଉ ଏଥିରେ  ଉତକ୍ଷିପ୍ତ ହୋଇ ଦୁଇ ପୁଅ ମିଶି ମାକୁ ମାରିଦେଲେ । ଏପରି ଏକ ଅମାନୁଷିକ କାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାରଗଡ଼ା ଗ୍ରାମରେ ଦେଖିବାକୁ ମିଳିଛି ।  ଦୁଇ ପୁଅ ମିଶି ମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ।  ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । 
    ପ୍ରକାଶ ଯେ, ମା ପାଇଥିବା ବିଧବଭତ୍ତା ଟଙ୍କା ଦୁଇ ପୁଅ ମାଗିଥିଲେ । କିନ୍ତୁ ମା ଦେବାକୁ ମନା କରିଦେଇଥିଲା । ସେଥିପାଇଁ ଦୁଇ ପୁଅ ସହ ମା’ଙ୍କ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପୁଅ ମିଶି ଟାଙ୍ଗିଆରେ ହାଣି ମାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook