Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରଥଯାତ୍ରା ବିଶୃଙ୍ଖଳା: ୨୪ ସେବାୟତଙ୍କୁ ନୋଟିସ

    Share on :
    Date: Sep 14, 2018    Views: 141

    ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ବିଶୃଙ୍ଖଳାକୁ ନେଇ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ୨୪ ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଏହି ନୋଟିସ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ କିଛି ବରିଷ୍ଠ ସେବାୟତ ମଧ୍ୟ ଅଛନ୍ତି । ରଥଯାତ୍ରା ସମୟରେ ଏମାନେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନୀଳାଦ୍ରୀବିଜେ ଯାଏଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବ୍ୟବସ୍ଥାବଳୀ ଗ୍ରହଣ କରାଯାଇଥିଲା । ମାତ୍ର କିଛି ସେବାୟତ ଏହାର ଉଲ୍ଲଂଘନ କରିଥିଲେ । ସେବାୟତମାନେ ଦାନଦକ୍ଷିଣା ନେବା ସହିତ ଭକ୍ତଙ୍କୁ ରଥ ଉପରକୁ ଚଢାଇବା ଭଳି ଅଭିଯୋଗ ଆସିଥିଲା । ସିସିଟିଭି ଫୁଟେଜ ଯାଞ୍ଚ ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ତେବେ ନୋଟିସ ଜାରି ହୋଇଥିବାବେଳେ ସେବାୟତମାନେ ତାର ଉତ୍ତର ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook