Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ୱାରେଣ୍ଟ

    Share on :
    Date: Sep 14, 2018    Views: 279

    ଅମରାବତୀ: ୨୦୧୦ ଗୋଦାବରୀ ନଦୀ ଆରପାରିରେ ବାବଲି ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନରେ ସମ୍ପୃକ୍ତି ମାମଲାରେ ମହାରାଷ୍ଟ୍ରର ଏକ ଆଞ୍ଚଳିକ ଅଦାଲତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଓ ଅନ୍ୟ ୧୫ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ଏମାନଙ୍କ ମଧ୍ୟରେ ରାଜ୍ୟ ଜଳ ସମ୍ବଳ ମନ୍ତ୍ରୀ ଦେବୀନେନି ଉମାମହେଶ୍ୱର ରାଓ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରୀ ଏନ ଆାନନ୍ଦ ବାବୁ, ପୂର୍ବତନ ବିଧାୟକ ଜି.କମଳକର ସାମିଲ ଅଛନ୍ତି । 

    ନାନେ୍ଦଜ ଜିଲ୍ଲା ଅନ୍ତର୍ଗତ ଧର୍ମବାଦର ଜୁଡ଼ିସିଆଲ ଫାଷ୍ଟ କ୍ଲାସ ମାଜିଷ୍ଟ୍ରେଟ ଏନ.ଆର ଗଜଭିୟେ ଉକ୍ତ ଆଦେଶ ଜାରି କରିବା ସହ ସମସ୍ତ ଦୋଷୀ ସାବ୍ୟସ୍ତଙ୍କୁ ଗିରଫ କରି ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଅଦାଲତରେ ହାଜର କରାଇବାକୁ ପୁଲିସକୁ ନିଦେ୍ର୍ଧଶ ଦେଇଛନ୍ତି । 

    ବିକ୍ଷୋଭ ପ୍ରଦର୍ଶନ ବେଳେ ନାଇଡୁ ଓ ଅନ୍ୟମାନେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ବିରୋଧୀ ଦଳରେ ଥିଲେ । ଏତେ ଦିନ ଧରି ଏହି ମାମଲା ପଡ଼ିରହିଥିଲା । ମହାରାଷ୍ଟ୍ର ଅନ୍ତର୍ଗତ ବାବଲି ପ୍ରକଳ୍ପସ୍ଥଳୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଗିରଫ ହୋଇ ଏମାନେ ପୁଣେ ଜେଲରେ ଥିଲେ । ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook