Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭଡ଼ା ଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

    Share on :
    Date: Sep 14, 2018    Views: 257

    ଭୁବନେଶ୍ୱର: ରାଜଧାନୀର ଏକ ଭଡ଼ା ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ପଟିଆ ସ୍ଥିତ ଶ୍ରୀବିହାର ଭଡ଼ାଘରୁ ସମ୍ପୃକ୍ତ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମ୍ପୃକ୍ତ ଡାକ୍ତରାଣୀଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ଥାନାକୁ ପଠାଇଛି । 
    ପ୍ରକାଶ ଯେ, ଡାକ୍ତରାଣୀ ଜଣକ ଅବିବାହିତ ଥିଲେ । ଗତକାଲି ତାଙ୍କର ଭାଇ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏନେଇ ସେ ଡାକ୍ତରାଣୀଙ୍କ ସହକର୍ମୀଙ୍କୁ ଯୋଗାଯୋଗ କରିଥିଲେ । ସେମାନେ   ପଟିଆ ସ୍ଥିତ ଶ୍ରୀବିହାର ଭଡ଼ାଘରକୁ ଆସି ଦେଖିବା ବେଳକୁ ତାଙ୍କର ମୃତୁ୍ୟ ହୋଇଛି । ତେବେ ଡାକ୍ତରାଣୀ ଜଣକ ନିଜ ହାତରେ କୌଣସି ବିଷଯୁକ୍ତ ଇଞ୍ଜେକ୍ସନ ନେଇଥିବା କୁହାଯାଉଛି । ଯାହା ଫଳରେ ତାଙ୍କର ମୃତୁ୍ୟ ହୋଇଥିବା କୁହାଯାଉଛି । ତେବେ ତାଙ୍କ ମୃତୁ୍ୟର ସଠିକ କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook