Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁକିମଙ୍କ ଦାଦାଗିରି, ଧରି ନେଲା ପୁଲିସ

    Share on :
    Date: Sep 13, 2018    Views: 1763

    କଟକ: ଗୋଟିଏ ପଟେ କଂଗ୍ରେସ ନିଜର ଭାବମୂର୍ତ୍ତି ସଜାଡିବା ପାଇଁ ଲାଗିଥିଲା ବେଳେ ଅପର ପକ୍ଷରେ କେତେକ କଂଗ୍ରେସ ନେତା ଦଳର ପରିବର୍ତ୍ତିତ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିଛନ୍ତି । କଟକ ନଗର ସଭାପତି ଇଂ ମହମ୍ମଦ ମୁକିମଙ୍କ ଦାଦାଗିରି ପାଇଁ କଂଗ୍ରେସକୁ ବଦନାମ ହେବାକୁ ପଡିଛି । ଏକ ବେନିୟମ କାର୍ୟ୍ୟରେ ଥାନା ଅଧିକାରୀ ସହଯୋଗ ନ କରିବାରୁ ମୁକିମ ଓ ତାଙ୍କ ସହଯୋଗୀମାନେ ଆଇନ କୁ ହାତକୁ ନେଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ ମୁକିମଙ୍କୁ ପୋଲିସ ଗିରଫ କରିବାକୁ ବାଧ୍ୟ ହୋଇଛି । ଏହି ଘଟଣା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଥିବା ବେଳେ ଖୁବ୍ ଶୀଘ୍ର ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି ହେବ ବୋଲି କଂଗ୍ରେସ ଅଳନ୍ଦିରେ ଚର୍ଚ୍ଚା ଜୋର ଧରିଛି ।

    ମିଳିଥିବା ସୂଚନା ଅନୁଯାୟୀ ଏକ କମେଣ୍ଟ୍ ମରା ଘଟଣା ରେ ମୁକିମଙ୍କ ଅନୁଗତ ଙ୍କୁ  ପୋଲିସ ଉଠାଇ ନେଇ ଆପୋସ ସମାଧାନ ପରେ ଛାଡି ଦେଇଥିଲେ। କିନ୍ତୁ ମହମ୍ମଦ ମୁକିମଙ୍କୁ ନ ପଚାରି କାହିଁକି ତାଙ୍କ ଅନୁଗତଙ୍କୁ ପୁଲିସ୍ ଗିରଫ କଲା ବୋଲି  ଥାନା ଅଧିକାରୀଙ୍କ  ଉପରେ ସେ ଚାପ ପକାଇଥିଲେ। ତେବେ ଥାନା ଅଧିକାରୀ ଆଇନ୍ ଅନୁସାରେ କାର୍ୟ୍ୟାନୁଷ୍ଠାନ ହୋଇଥିବା କହିଥିଲେ । ଯାହାକୁ ଗ୍ରହଣ କରିପାରିନଥିଲେ  ମୁକିମ। ବାହୁବଳୀ ଅନ୍ଦାଜରେ ମୁକିମ ଓ ତାଙ୍କ ସମର୍ଥକ ମାନେ ଥାନା ଅଧିକାରୀଙ୍କୁ ଗାଳି ଗୁଲଜ କରିବା ସହ ଥାନା ରେ ପଶି ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ । ମୁକିମଙ୍କ ଏତାଦୃଶ୍ୟ କାର୍ୟ୍ୟକୁ ପୁରୀଘାଟ ଥାନା ସହଜରେ ଗ୍ରହଣ କରି ନ ପାରି ଆକ୍ସନ ମୁଡକୁ ଆସିଯାଇଥିଲା । ଥାନା ପକ୍ଷରୁ ମୁକିମ ଓ ତାଙ୍କ ସମର୍ଥକମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ କରିବା ପରେ ମୁକିମ ଓ ତାଙ୍କ ଅନୁଗତମାନଙ୍କୁ ଗିରଫ କରି ପୋଲିସ ଚୌଦ୍ବାର ଥାନାରେ ଅଟକ ରଖିଛି ।

    ଏଠାରେ ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୧୦ ଭାରତ ବନ୍ଦ ବେଳେ ଗୋଟିଏ ଦୁଇଟି ସ୍ଥାନରେ କଂଗ୍ରେସ କର୍ମୀ ମାନେ ହିଂସା କାଣ୍ଡ ଭିଆଇ ଥିଲେ । କଂଗ୍ରେସ କର୍ମୀଙ୍କ ଏହି କାର୍ୟ୍ୟକୁ ସହଜରେ ଗ୍ରହଣ କରିପାରିନଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଘଟଣା ର ତଦନ୍ତ ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତୁରନ୍ତ କାର୍ୟ୍ୟକାରୀ ସଭାପତି ଚିରଞିବ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ତେବେ ବନ୍ଦ ବେଳର ହିଂସା ଘଟଣା ଏତେ ଗୁରୁତର ହୋଇନଥିଲେ ମଧ୍ୟ ନିରଞ୍ଜନ ତାକୁ ଗୁରୁତର ସହ ଗ୍ରହଣ କରିଥିଲେ ।ଏବେ କଟକ ନଗର ସଭାପତିଙ୍କ ହିଂସାକାଣ୍ଡ ଓ ଗିରଫଦାରୀ ଘଟଣା ପିସିସି କୁ ଝଟକା ଦେଇଥିବା ବେଳେ ନିରଞ୍ଜନ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କଂଗ୍ରେସ ମୁକିମଙ୍କ କାର୍ୟ୍ୟକୁ ସହଜରେ ଗ୍ରହଣ କରିନାହିଁ । ଏ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

     

    କଟକ ପୁରୀ ଘାଟ ଥାନାରେ ଭଙ୍ଗାରୁଜା ଅଭିଯୋଗ ଘଟଣାରେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ସମେତ ୩ କର୍ପୋରେଟର ଓ ୧୩ ଜଣ ଦଳୀୟ କର୍ମୀଙ୍କୁ ଗିରଫ କରିଛି । ମହମ୍ମଦ ମୋକିମ ଓ କର୍ପୋରେଟରଙ୍କ ଘରେ ପୁଲିସ ଚଢଉ କରି ସେମାନଙ୍କୁ ଘରୁ ଉଠାଇନେଇଥିଲା । ଏନେଇ କଟକ ଡିସିପି କହିଛନ୍ତି ଯେ, ମୋଟ ୨୪ ଜଣଙ୍କୁ ଅଟକ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଗିରଫ କରାଯାଇଛି । ୧୦ଜଣଙ୍କ ନାମରେ ଏକାଧିକ ମାମଲା ଥିବାବେଳେ ମୋକିମଙ୍କ ନାମରେ ୫ଟି ମାମଲା ରହିଛି । ପ୍ରକାଶ ଯେ, ଗତ ମଙ୍ଗଳବାର ଜଣେ ୱାରେଣ୍ଟିକୁ ଗିରଫ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଥାନାରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook