Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କ’ଣ କହିଲେ

    Share on :
    Date: Sep 12, 2018    Views: 977

    ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ନିବେଶକଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ଭାରତର ରାଜଧାନୀରେ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ବେଶ ଆନନ୍ଦିତ । ଏହି ଅବସରରେ ନିବେଶକମାନଙ୍କୁ ସେ ମେକ ଇନ ଓଡ଼ିଶା କନକ୍ଲେଭକୁ ନିମନ୍ତ୍ରଣ କରିଥିଲେ । ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଏହି ବିଶ୍ୱ ନିବେଶକ ସମ୍ମିଳନୀରେ ଆପଣମାନେ ଉପସ୍ଥିତ ରହିଲେ ଓଡ଼ିଶାରେ ଅନେକ ନିବେଶ ସୁଯୋଗ ସୃଷ୍ଟି ହୋଇପାରିବ । ପୂର୍ବ ଭାରତରେ ଓଡ଼ିଶା ନିର୍ମାଣ ହବ ଭାବେ ଉଭା ହୋଇଛି । ଓଡ଼ିଶା ଏକ ଖଣି ସମୃଦ୍ଧ ରାଜ୍ୟ । ଗତ ୧୮ବର୍ଷ ଧରି ଆମ ସରକାର ମୁଖ୍ୟ ଖଣିଜ ପଦାର୍ଥର ଉପôାଦନ ବୃଦ୍ଧି ସହ ଏହାର ମୂଲ୍ୟଯୁକ୍ତ ଉପôାଦ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଓଡ଼ିଶା ଏବେ ଦକ୍ଷିଣ ଏସିଆର ଆଲୁମିନିୟମ ରାଜଧାନୀ ପାଲଟିଥିବା ବେଳେ ଦେଶର ୫୪ ପ୍ରତିଶତ ଉପôାଦନ ଓଡ଼ିଶାରେ ହିଁ ହେଉଛି । ସେହିପରି ଏହା ମଧ୍ୟ ଦେଶର ଇସ୍ପାତ ହବ ଭାବେ ପରିଗଣିତ ହେଉଥିବା ବେଳେ ଦେଶର ମୋଟ ଉପôାଦନର ୨୫ ପ୍ରତିଶତ ଆମ ରାଜ୍ୟରେ ହେଉଛି । ସଂପ୍ରତି ଓଡ଼ିଶା ସରକାର ଭିଜନ-୨୦୩୦: ଧାତବ କ୍ଷେତ୍ରରେ ଡାଉନଷ୍ଟି୍ରମ୍ ଓ ଆନସିଲାରୀ ବିକାଶ ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିଛନ୍ତି । ଓଡ଼ିଶାର ବନ୍ଦର କ୍ଷମତା ଗତ ୧୮ବର୍ଷ ମଧ୍ୟରେ ୧୦ଗୁଣା ବୃଦ୍ଧି ପାଇ ୧୯୦ ନିୟୁତ ମେଟି୍ରକ ଟନରେ ପହଁଚିଛି । ସେହିପରି ଶକ୍ତି ଉପôାଦନ ମଧ୍ୟ ୩ଗୁଣା ବୃଦ୍ଧି ପାଇଥିବା ବେଳେ ରାସ୍ତା ନେଟୱାର୍କ ୫୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

    ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ‘ଇନଭେଷ୍ଟ ଓଡ଼ିଶା’ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ପୋର୍ଟାଲ ଜରିଆରେ ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶ ସହ ଓଡ଼ିଶାର ତୁଳନାତ୍ମକ ଚିତ୍ର ନିବେଶକମାନେ ପାଇପାରିବେ । ଏହାଛଡ଼ା ଏଥିରେ ଥିବା ସ୍ୱତନ୍ତ୍ର ‘ଓଡ଼ିଶୀ’ ମାଧ୍ୟମରେ ନିବେଶକମାନଙ୍କୁ ଅଧିକ ସୂଚନା ଦେବାର ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ଟିମୱାର୍କ, ଟେକ୍ନୋଲୋଜି ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଗତ ୬ମାସ ମଧ୍ୟରେ ରାଜ୍ୟରେ ୧୭ ହଜାର କୋଟିର ୫୦ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଓଡ଼ିଶାରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି । ‘ଷ୍ଟାର୍ଟଅପ୍ ଓଡ଼ିଶା’ ଶୁଭାରମ୍ଭ ହେବାର କିଛିମାସ ମଧ୍ୟରେ ୨୫୦ଟି ଷ୍ଟାର୍ଟଅପ୍ ପଂଜିକୃତ ହୋଇଥିବା ବେଳେ ୨୦୨୦ ସୁଦ୍ଧା ଓଡ଼ିଶାକୁ ଦେଶର ପ୍ରଥମ ତିନୋଟି ଷ୍ଟାଟଅପ୍ ହବ୍ ମଧ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ । 

    ଆସନ୍ତା ନଭେମ୍ବର ୧୧ରୁ ୧୫ରୁ ମଧ୍ୟରେ ଭୁବନେଶ୍ୱର ଠାରେ ‘ମେକ ଇନ ଓଡ଼ିଶା କନକ୍ଲେଭ’ର ଦ୍ୱିତୀୟ ସଂସ୍କରଣ ହେବ । ଏହି କନକ୍ଲେଭର ଥିମ ରହିଛି ‘ଆଇ ଆମ ଓଡ଼ିଶା’ । ଏହି ସ୍ୱତନ୍ତ୍ର ପ୍ଲାଟଫର୍ମ ଜରିଆରେ ‘ଆଜିର ଓଡ଼ିଶା’, ‘ଭବିଷ୍ୟତର ଓଡ଼ିଶା’ ସଂପର୍କରେ ମତ ଉପସ୍ଥାପନ କରାଯାଇପାରିବ । ନିବେଶକମାନଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook