Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ତୁଟିଲାନି ଶିକ୍ଷକ ସମସ୍ୟା

    Share on :
    Date: Sep 12, 2018    Views: 359

    ଭୁବନେଶ୍ୱର: ରାଜରାସ୍ତାରେ ଶିକ୍ଷକ । ସ୍କୁଲରେ ତାଲା । ଏଭଳି ଦୃଶ୍ୟ ଆଗକୁ ଜାରି ରହିବ । କାରଣ ନିଜର ହକ ପାଇଁ ଖରା ଓ ବର୍ଷାରେ ରାଜଧାନୀର ଲୋୟର ପିଏମଜିରେ ଧାରଣାରତ ଶିକ୍ଷକଙ୍କ ସମସ୍ୟା ନେଇ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ବିଫଳ ହୋଇଛି ।

    ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସମେତ ଆନେ୍ଦାଳନରତ ଶିକ୍ଷକମାନଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ବୈଠକ ବିଫଳ ହୋଇଥିବା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ।

    ଫଳରେ ରାଜରାସ୍ତାରେ ପୂର୍ବପରି ଆନେ୍ଦାଳନ ଚାଲୁ ରହିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି । ବୈଠକରେ ସରକାର ଦାବି ପୂରଣ ପାଇଁ ୩ ମାସ ସମୟ ମାଗିଥିବାବେଳେ ମିଳିତ ମଞ୍ଚ ପକ୍ଷରୁ ୭ ଦିନ ସମୟ ଦିଆଯାଇଥିଲା । ଫଳରେ ଏହି ବୈଠକରେ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ନିଷ୍କର୍ସ ବାହାରିନଥିବା ଜଣାଯାଇଛି ।

    ତେବେ ଶିକ୍ଷକଙ୍କ ଆନେ୍ଦାଳନ ଆଗକୁ ଯିବ ଓ ଆହୁରି ତୀବ୍ର ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook