Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆମ୍ରିି ହସ୍ପିଟାଲ ତରଫରୁ ‘ମୌଳିକ ଜରୁରୀକାଳୀନ ଔଷଧି ଦକ୍ଷତା’ ଶୀର୍ଷକ କର୍ମଶାଳା

    Share on :
    Date: Sep 12, 2018    Views: 61

    ଭୁବନେଶ୍ୱର: ଆମ୍ରି ହସ୍ପିଟାଲ ଭୁବନେଶ୍ୱର ତରଫରୁ ମୌଳିକ ଜରୁରୀକାଳୀନ ଔଷଧି ଦକ୍ଷତା’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉଦ୍ଧ୍ୱର୍ ଡାକ୍ତରମାନେ ଯୋଗ ଦେଇଥିଲେ, ଯେଉଁଠାରେ ଚିକିତ୍ସା ଜନୀତ ଜରୁରୀକାଳୀନ ସ୍ଥିତିରେ ବିଭିନ୍ନ ରୋଗୀମାନଙ୍କର ତକ୍ରାଳ ଚିକିତ୍ସା ପାଇଁ ବିଭିନ୍ନ ଦକ୍ଷତାର ବିକାଶ ନିମନ୍ତେ ଉପସ୍ଥିତ ପ୍ରତିନିଧି ମଣ୍ଡଳୀ/ ଅଂଶଗ୍ରହଣକାରୀମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

    ଉକ୍ତ କର୍ମଶାଳାରେ କେରଳସ୍ଥିତ ଡିଏମ୍ ଆଷ୍ଟର ମେଡସିଟିର ଜରୁରୀକାଳୀନ ଔଷଧି ନିଦେ୍ର୍ଧଶକ ଡାକ୍ତର ବେଣୁଗୋପାଳ ପିପି ଉପସ୍ଥିତ ରହି ସମବେତ ଡାକ୍ତରମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଭାରତରେ ନୂତନ ସ୍ପେଶିଆଲିଟି କ୍ଷେତ୍ରରେ ଜରୁରୀକାଳୀନ ଔଷଧିର ବିକାଶ ଏବଂ ଜରୁରୀକାଳୀନ ଚିକିତ୍ସକମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି ଏକାନ୍ତ ଅପରିହାର୍ଯ୍ୟ । ଏହି ଅବସରରେ ଆମ୍ରି ହସ୍ପିଟାଲର ୟୁନିଟ୍-ହେଡ଼୍ ଏବଂ ଭିପି, ସିଏଲ୍ଏନ୍ ରେଡ୍ଡୀ କର୍ମଶାଳାର ପ୍ରତିନିଧି ମଣ୍ଡଳୀକୁ ଭୂୟସୀ ପ୍ରଶଂସା କରିବା ସହିତ ଜରୁରୀକାଳୀନ ଚିକିତ୍ସା ବିଦ୍ୟାରେ ଆମ୍ରି ହସ୍ପିଟାଲ ଜାତୀୟ ସ୍ତରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଥିବାରୁ ସେ ନିଜର ଖୁସି ପ୍ରକଟ କରିଥିଲେ ଏବଂ ଭବିଷ୍ୟତରେ  ଏଭଳି ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ନିମନ୍ତେ ନିଜର ଅକୁଣ୍ଠ ସହଯୋଗ ଜାରି ରଖିବାର ପ୍ରତିଶ୍ରୁତିର ପୁନରାବୃତି କରିଥିଲେ । ଉକ୍ତ କର୍ମଶାଳା ଡାକ୍ତର ସାଜିଦ୍ ନୋମାନି, ବିଭାଗ ମୁଖ୍ୟ ପରିଚାଳକ (ଏଚ୍ଓଡି) ଏବଂ ଏକାଡେମିକ୍ ନିଦେ୍ର୍ଧଶକ, ଜରୁରୀକାଳୀନ ଔଷଧି ସଂସ୍ଥାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । 
    ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ, ଆମ୍ରି ହସ୍ପିଟାଲ ଲିମିଟେଡ଼ର ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ, ଯାହାକି ପୂର୍ବ ଭାରତରେ ସର୍ବଶ୍ରେଷ୍ଠ ଏବଂ ଦ୍ରୁତ ଅଭିବୃଦ୍ଧି ପଥେ ଅଗ୍ରସର ହେଉଥିବା ହସ୍ପିଟାଲ ଚେନ୍ ମଧ୍ୟରୁ ଅନ୍ୟତମ । ଆମ୍ରି ଭୁବନେଶ୍ୱର ସହରରେ ତକ୍ରାଳ ଏବଂ ଜରୁରୀକାଳୀନ ସ୍ଥିତିରେ କ୍ରିଟିକାଲ୍ ଅବସ୍ଥାରେ ଥିବା ରୋଗୀମାନଙ୍କୁ ହସ୍ପିଟାଲରେ ପହଞ୍ଚାଇ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଡାକ୍ତର ଏବଂ ନର୍ସମାନଙ୍କ ସହିତ ଲାଇଫ ସପୋର୍ଟ ଥିବା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନିମନ୍ତେ ସର୍ବଦା ପ୍ରସ୍ତୁତ ରହୁଛି । ଏହାଦ୍ୱାରା ରୋଗୀକୁ ତକ୍ରାଳ ହସ୍ପିଟାଲର ଆଇସିୟୁରେ ଦାଖଲ କରାଯିବା ସହିତ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଯାଇ ସେମାନଙ୍କର ଜୀବନ ରକ୍ଷା କରାଯାଇ ପାରୁଛି ।

     

    Maximum 500 characters

    ଅର୍ଥନୀତି View all

    Find Us on Facebook