Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଫାଟିଲା ଗ୍ୟାସ ଟାଙ୍କି, ୩ ଆହତ

    Share on :
    Date: Sep 12, 2018    Views: 69

    ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସିର ୮ ନମ୍ବର ୱାର୍ଡ ଅନ୍ତର୍ଗତ ଗୁଡ଼ିଖାଣିଆ ଗ୍ରାମରେ ବୁଧବାର ସକାଳେ ରନ୍ଧନ ଗ୍ୟାସ ଟାଙ୍କି ଫାଟିବାରୁ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି ।  ଉକ୍ତ ଗ୍ରାମର ରବୀନ୍ଦ୍ର ବିନ୍ଧାଣୀଙ୍କ ପତ୍ନୀ ରୀନା ଏଲପିଜି ଗ୍ୟାସ ଲଗାଇ ରୋଷେଇ କରୁଥିଲେ । ତେବେ  ତାଙ୍କ ୬ ମାସର ଝିଅ କାନ୍ଦିବାରୁ ସେ ରୋଷେଇ ଛାଡ଼ି ଉଠିଯାଇଥିଲେ । ଏତିକି ବେଳେ କୌଣସି କାରଣରୁ ଟାଙ୍କିଟି ଫାଟି ଯିବାରୁ ତାଙ୍କ କୁଡ଼ିଆ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ନିଆଁ ଧାସରେ ଘର ଭିତରେ ଥିବା ରବୀନ୍ଦ୍ର, ତାଙ୍କ ସ୍ତ୍ରୀ ରୀନା ଓ ଝିଅ ଆହତ ହୋଇଥିଲେ । ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

    Maximum 500 characters

    ଆଂଚଳିକ View all

    Find Us on Facebook