Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବୀନ ବାବୁ ଭଲ ଲୋକ: ଦାମ

    Share on :
    Date: Sep 12, 2018    Views: 5373

    ଭୁବନେଶ୍ୱର: ଗୋଟିଏ ପଟେ ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ ଦଳରୁ ବହିଷ୍କାର ହେବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ବୁଧବାର ଦାମ ରାଉତଙ୍କ ଗରମ ତୁଣ୍ଡ ହଠାତ ନରମ ପଡ଼ିଯାଇଛି । ବିଜେଡି ତଥା ବିଜେଡି ନେତାଙ୍କୁ ଲଗାତାର ଆକ୍ରମଣ କରିବା ପରେ ବୁଧବାର ଦାମଙ୍କ ସ୍ୱର ନରମିଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । 

    ଏନେଇ ସେ କହିଛନ୍ତି ଯେ, ଦୁର୍ନୀତିର ପର୍ଦ୍ଧାଫାସ କରିବା ବିରୋଧୀଙ୍କ କାମ । କିନ୍ତୁ ବିରୋଧୀ ଏହି କାର୍ଯ୍ୟ କରୁନାହାନ୍ତି । ଏପରିକି ସେ ସରକାର କି ଦଳ ବିରୋଧରେ ନୁହେଁ, ଦୁର୍ନୀତି ବିରୋଧରେ କହିଥିବା କହିଛନ୍ତି । ଦୁର୍ନୀତିର ପର୍ଦ୍ଧାଫାସ ହେବା ଦରକାର ଏବଂ ତାହା ସେ କରୁଥିବା କହିଛନ୍ତି । 

    ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି କହିନଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବହୁତ ଭଲ ଲୋକ, ଲେଖକ ଓ ଚିତ୍ରକର । ନବୀନ ପଟ୍ଟନାୟକ ସ୍ୱଚ୍ଛ ଓ ତାଙ୍କ ଅଧସ୍ତନ ସବୁ ହେରାଫେରି କରୁଛନ୍ତି ବୋଲି ବୁଧବାର ଡ. ରାଉତ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook