Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିୟମଗିରି ସୁରକ୍ଷା ଦାବିରେ ମାଓ ପୋଷ୍ଟର

    Share on :
    Date: Sep 12, 2018    Views: 73

    ରାୟଗଡ଼ା: ନିୟମଗିରିକୁ ନେଇ ରାୟଗଡ଼ା କଲ୍ୟାଣସିଂହପୁରର ଏକ ଶିବ ମନ୍ଦିରରେ ମାଓ ପୋଷ୍ଟର ଲଗାଯାଇଛି । ବାଘୁନା ଡିଭିଜୋନାଲ ସିପିଆଇ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି । ନିୟମଗିରି ପାହାଡ଼କୁ କମ୍ପାନୀ ହାତରେ ଟେକି ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ଏହାକୁ ବିରୋଧ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରାଯାଇଥିବାବେଳେ ୫ ଜଣଙ୍କୁ ଚେତାବନୀ ଦେଇଛି ଲାଲବାହିନୀ । ସେମାନେ ହେଲେ ଲିଙ୍ଗରାଜ, ଜିତୁ, ଉପେନ୍ଦ୍ର, ହରିବନ୍ଧୁ ଓ ଗଣେଶ । ନିୟମଗିରି ପାହାଡ଼କୁ ବଞ୍ଚାଇବାକୁ ଏକାଠି ହେବା ପାଇଁ ସ୍ଥାନୀୟ ଲୋକଙ୍କୁ ପୋଷ୍ଟରରେ ଆହ୍ୱାନ କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook