Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଲୁଟିନେଲେ ୧୯ ଲକ୍ଷ ଟଙ୍କା

    Share on :
    Date: Sep 11, 2018    Views: 231

    ବଲାଙ୍ଗୀର: ମାରୁତି ଭ୍ୟାନରେ ବ୍ୟାଙ୍କକୁ ଯାଉଥିଲା ଟଙ୍କା । ମଝି ରାସ୍ତାରେ ବାଇକରେ ଆସିଲେ ଦୁର୍ବୃତ୍ତ  । ବନ୍ଧୁକ ଦେଖାଇଲେ  । ମାରୁତି ଭ୍ୟାନ ଚାଳକଙ୍କୁ  ନାଦିଲେ । ପରେ ୧୯ ଲକ୍ଷ ଟଙ୍କା ନେଇ ପାର । ଏଭଳି ଏକ ଲୁଟ ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ନିକଟ ବଙ୍ଗଳା ଛକରେ ।
    ପ୍ରକାଶ ଯେ, ତୁଷାରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧପଡ଼ା ବ୍ୟାଙ୍କକୁ ଟଙ୍କା ଯାଉଥିଲା ।  ବ୍ୟାଙ୍କର କ୍ୟାସିୟର ଓ ପିଅନ ଏକ ମାରୁତି ଭ୍ୟାନରେ ଉକ୍ତ ଟଙ୍କାକୁ ନେଇ ଯାଉଥିଲେ । ତେବେ ଦେଓଗାଁ ନିକଟ ବଙ୍ଗଳା ଛକ ନିକଟରେ ହଠାତ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଉକ୍ତ ଭ୍ୟାନକୁ ଅଟକାଇଥିଲେ । ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ସମସ୍ତଙ୍କୁ ଭୟଭୀତ କରାଇଥିଲେ । ଏପରିକି ମାରୁତି ଭ୍ୟାନର ଚାଳକଙ୍କୁ ଭୀଷଣ ମାଡ଼ ମଧ୍ୟ ମାରିଥିଲେ । ଏପରିକି ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ । ପରେ ମାରୁତି ଭ୍ୟାନରେ ଥିବା ୧୯ ଲକ୍ଷ ଟଙ୍କାକୁ ନେଇ ଛୁ ମାରିଥିଲେ । ଦୁର୍ବୃତ୍ତଙ୍କ ମାଡ଼ରେ ମାରୁତି ଚାଳକ ଜଣଙ୍କ ଗୁୁରୁତର ଆହତ ହୋଇଛନ୍ତି । ବିଚ ରାସ୍ତାରେ ଏପରି ଲୁଟତରାଜକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏନେଇ ଖବର ପାଇ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । 

    Maximum 500 characters

    ତାଜା ଖବର View all

    Find Us on Facebook