Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଘାଟି ତଳକୁ ଖସିଲା ବସ, ୪୫ ମୃତ

    Share on :
    Date: Sep 11, 2018    Views: 227

    ତେଲେଙ୍ଗାନା: ତେଲେଙ୍ଗାନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଉ ଏଥିରେ ଜଣେ କି ଦୁଇ ଜଣ ନୁହେଁ ମୋଟ ୪୫ ଜଣଙ୍କ ମୃତୁ୍ୟ ହୋଇଛି । ଏଥିସହ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।  ଏକ ବସ ଘାଟି ତଳକୁ ଖସିପଡ଼ିବାରୁ   ଏଭଳି ଦୁଃଖଦ ଘଟଣା ଘଟିଛି ।
    ପ୍ରକାଶ ଯେ, ତେଲେଙ୍ଗାନାର କୋଣ୍ଡାଗାଟୁ ନିକଟରେ ଘଟି ତଳକୁ ଏକ ସରକାରୀ ଯାତ୍ରୀବାହୀ ବସ ଖସିପଡ଼ିଥିଲା । ଫଳରେ ଏଥିରେ ମୋଟ ୪୫ଜଣଙ୍କ ମୃତୁ୍ୟ ହୋଇଥିବା  ଜଗତିଆଲ ଏସପି ସିନ୍ଧୁ ଶର୍ମା ସୂଚନା ଦେଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିପାରେ ବୋଲି କୁହାଯାଉଛି ।

    ବସରେ ଥିବା ଅଧିକାଂଶ ଯାତ୍ରୀ ସ୍ଥାନୀୟ ଅଞ୍ଜେନେୟ ସ୍ୱାମୀ ମନ୍ଦିର ଦର୍ଶନ କରି ଫେରୁଥିଲେ । ତେବେ ଘାଟି ନିକଟରେ ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ବସଟି ଘାଟି ତଳକୁ ଖସିପଡ଼ିଥିଲା ।

    ମୃତକଙ୍କ ମଧ୍ୟରେ ୨୫ ଜଣ ମହିଳା ଥିବାବେଳେ ୭ ଜଣ ପିଲା ଅଛନ୍ତି । 

    ଅନ୍ୟପଟେ ଏଭଳି ଏକ ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାର ପିଛା ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook