Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ପାରିତୋଷିକ ବୃଦ୍ଧି କଲେ ମୋଦି ସରକାର

    Share on :
    Date: Sep 11, 2018    Views: 1669

    ନୂଆଦିଲ୍ଲୀ: ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ହେଲପର ଓ ଆଶା କର୍ମୀମାନଙ୍କର ପାରିତୋଷିକ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏବେ ଆଶା କର୍ମୀମାନେ ମାସକୁ ୩ ହଜାର ଟଙ୍କା ପାଉଥିବା ବେଳେ ଏଣିକି ସେମାନେ ୪୫୦୦ ଟଙ୍କା ପାଇବେ । ଯେଉଁ ଆଶା କର୍ମୀମାନେ ମାସିକ ୨୨୦୦ ଟଙ୍କା ପାରିତୋଷିକ ପାଉଥିଲେ ସେମାନଙ୍କ ପାରିତୋଷିକ ୩୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି  । ସେହିପରି ଅଙ୍ଗନୱାଡ଼ି ହେଲପରମାନେ ୧୫୦୦ ଟଙ୍କା ପାରିତୋଷିକ ପାଉଥିବା ବେଳେ ତାହା ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏତଦବ୍ୟତୀତ ଆଶା କର୍ମୀଙ୍କ ନିୟମିତ ଇନସେଂଟିଭ ଦ୍ୱିଗୁଣିତ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି  । ଆସନ୍ତା ମାସ ଠାରୁ ସେମାନଙ୍କୁ ବର୍ଦ୍ଧିତ ପାରିତୋଷିକ ପ୍ରଦାନ କରାଯିବ  ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ଘୋଷଣା କରିଛନ୍ତି  । ଆଶା କର୍ମୀ ଓ ତାଙ୍କ ସହାୟକଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି  । ସେହିପରି ଅଙ୍ଗନବାଡ଼ି କର୍ମୀମାନେ ଆଇସିଡ଼ିଏସ-ସିଏସ ବୈଷୟିକ ପ୍ରଯୁକ୍ତି ବ୍ୟବହାର କରୁଛନ୍ତି  । ପୂର୍ବରୁ ଏଥିପାଇଁ ସେମାନଙ୍କୁ ୨୫୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବାବେଳେ ତାହା ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି  । 

    Maximum 500 characters

    ତାଜା ଖବର View all

    Find Us on Facebook