Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଚିଲିକାରେ ହେବନି ଜଳ ବିମାନ ବନ୍ଦର

    Share on :
    Date: Sep 11, 2018    Views: 51

    ଭୁବନେଶ୍ୱର: ଚିଲିକାରେ ହେବନି ଜଳ ବିମାନ ବନ୍ଦର । ଚାଲିବନି ୱାଟର ଏରୋଡ୍ରମ । ଏଭଳି ପ୍ରସ୍ତାବରୁ ଓହରି ଯାଇଛନ୍ତି କେନ୍ଦ୍ର ସରକାର । ଚିଲିକାର ପ୍ରାକୃତିକ ଜୈବ ବିବିଧତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଚିଲିକାରେ ଜଳ ବିମାନ ବନ୍ଦର କରାଗଲେ ପାଖାପାଖି ୧୦ ଲକ୍ଷ ପକ୍ଷୀ ପ୍ରଭାବିତ ହେଉଥିବାବେଳେ ଜଳଚର ଜୀବମାନଙ୍କ ଜୀବନ ପ୍ରତି ଏହା ବିପଦ ପକାଇବ ବୋଲି ଜଣାପଡ଼ିଛି ।  ଚିଲିକାରେ ଜଳ ବିମାନ ବନ୍ଦର ପ୍ରସ୍ତବାକୁ ପୂର୍ବରୁ ବହୁ ସଙ୍ଗଠନ ବିରୋଧ କରିଥିଲେ । ତେବେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଜିଏ ବିଭାଗକୁ ଜଣାଇଥିଲେ । ଏହା ପରେ ଏ ସମ୍ପର୍କରେ ସିଡିଏ ସେପ୍ଟେମ୍ବର ୪ ତାରିଖରେ ଏଏଆଇକୁ ଜଣାଇଥିଲେ । ଖାଲି ସେତିକି ନୁହେଁ ରାଜ୍ୟ ସରକାର ମଧ୍ୟ ଚିଲିକାରେ ଜଳ ବିମାନ ବନ୍ଦର ହେବାକୁ ବିରୋଧ କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook