Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସରପଞ୍ଚଙ୍କ ମୃତଦେହ ଉଦ୍ଧାର

    Share on :
    Date: Sep 11, 2018    Views: 389

    ପିପିଲି: ରେଳ ଧାରଣା ନିକଟରୁ ଜଣେ ସରପଞ୍ଚଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ସରପଞ୍ଚ ଜଣକ ହେଉଛନ୍ତି ସଦାନନ୍ଦପୁର ବାଲିସାହିର ଅଜୟ କୁମାର ବେହେରା(୩୫) । ସେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁରର ସରପଞ୍ଚ ବୋଲି ଜଣାପଡ଼ିଛି । ମଙ୍ଗଳବାର ସକାଳୁ ତାଙ୍କ ଘର ଠାରୁ ଅନତି ଦୂରରେ ଥିବା ଏକ ରେଳ ଧାରଣା ନିକଟରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିିଥିବା ସନେ୍ଦହ କରାଯାଉଛି । 

    Maximum 500 characters

    ଆଂଚଳିକ View all

    Find Us on Facebook