Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨ ଆତଙ୍କବାଦୀ ନିହତ

    Share on :
    Date: Sep 11, 2018    Views: 93

    ଶ୍ରୀନଗର: ମଙ୍ଗଳବାର ସକାଳେ ଜମ୍ମୁ ଓ କଶ୍ମୀରର କୁପୱାଡ଼ା ଜିଲ୍ଲା ହାଣ୍ଡୱାଡ଼ାର ଗଲୁରା ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟ ଫଳରେ ୨ ଜଣ ଆତଙ୍କବାଦୀଙ୍କ ମୃତୁ୍ୟ ଘଟିଛି । 
    ଆଜି ଭୋର ଉକ୍ତ ଅଞ୍ଚଳରେ କିଛି ଆତଙ୍କବାଦୀ ଛପି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ପାଇଁ ସେଠାକୁ ଯାଇଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ । ସୁରକ୍ଷା କର୍ମୀମାନେ ଏହାର ପାଲଟା ଜବାବ ଦେବାରୁ ୨ ଜଣ ଆତଙ୍କବାଦୀ ଟଳି ପଡ଼ିଥିଲେ । ତେବେ ସେମାନଙ୍କ ପରିଚୟ ଓ ସେମାନେ କେଉଁ ସଙ୍ଗଠନ ସହ ଜଡ଼ିତ ତାହା ଜଣାପଡ଼ି ନାହିଁ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook