Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କର୍ପୋରେଟ୍ ଯୋଗାଯୋଗରେ ଉକ୍ରର୍ଷ ପାଇଁ ଡକ୍ଟର ବିଭୁଦତ୍ତ ସମ୍ବର୍ଦ୍ଧିତ

    Share on :
    Date: Sep 10, 2018    Views: 39

    ଭୁବନେଶ୍ୱର : ଡକ୍ଟର ବିଭୁଦତ୍ତ ମହାପାତ୍ର, ଏଭିପି (ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ)-କର୍ପୋରେଟ୍ ଯୋଗାଯୋଗ ଓ ସିଏସ୍ଆର୍, ଆଦିତ୍ୟ ବିର୍ଲା ଗ୍ରୁପ୍ଙ୍କୁ କର୍ପୋରେଟ୍ ଯୋଗାଯୋଗ କ୍ଷେତ୍ରରେ ଉକ୍ରର୍ଷ ପାଇଁ "ବେଷ୍ଟ୍ କର୍ପୋରେଟ୍ କମୁ୍ୟନିକେସନ ଆଣ୍ଡ୍ ପ୍ରଫେସନାଲ୍ ଆୱାର୍ଡ' ପ୍ରଦାନ କରାଯାଇଛି । ଉକ୍ରଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ମିଡିଆ ଫୋରମ୍ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଜାତୀୟ ମିଡିଆ ଏକ୍ସପୋ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ରଳ ସାମ୍ବାଦିକ ସଂଘର ସଭାପତି  ବିଭୂତି କର ଓ ଭୁବନେଶ୍ୱର ମିଡିଆ ଫୋରମ୍ ସାଧାରଣ ସମ୍ପାଦକ  ପପୁ ମହାନ୍ତି ଉପସ୍ଥିତ ଥିଲେ ।
    ୨୦୧୫ରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର ଏସ୍ ସି ଜମିର୍ ମଧ୍ୟ ଡକ୍ଟର ମହାପାତ୍ରଙ୍କୁ ପିଆର୍ କ୍ଷେତ୍ରରେ ଉକ୍ରର୍ଷ ପାଇଁ ଓଏସ୍ପିସିବି (ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଓ ପ୍ରେରଣା ସଂଗଠନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଥିଲେ ।୨୦୧୩ରେ ଶ୍ରୀ ମହାପାତ୍ର ଓଡିଶା ଲିଭିଂ ଲିଜେଣ୍ଡ ଆୱାଡର଼୍ ଉତ୍ସବରେ ପୁରସ୍କୃତ ହୋଇଥିଲେ । ସେ ୨୦୧୩ରେ ମଧ୍ୟ କଳିଙ୍ଗ ସାରସ୍ୱତ ପୁରସ୍କାର ଲାଭ କରିଥିଲେ । ୨୦୧୧ରେ ସର୍ବୋତ୍ତମ ଆମ୍ବେଦକର ଇଣ୍ଟରନାସ୍ନାଲ୍ ସେଣ୍ଟର ଦ୍ୱାରା ସେ ଡଃ ଆମ୍ବେଦକର ଆୱାଡର଼୍  ପାଇଛନ୍ତି ଯାହାକୁ ଇଣ୍ଡସ୍ ଭ୍ୟାଲି ଟାଇମ୍ସ ଦ୍ୱାରା ଆୟୋଜନ କରାଯାଇଥିଲା । ସେ ମଧ୍ୟ ୨୦୧୧ରେ ଭୁବନେଶ୍ୱର ମିଡିଆ ଫୋରମ୍ ଦ୍ୱାରା ସର୍ବୋତ୍ତମ କର୍ପୋରେଟ୍ କମୁ୍ୟନିକେସନ ପ୍ରଫେସନାଲ୍ ପୁରସ୍କାର ପାଇଛନ୍ତି ।  
    ସେ ତାଙ୍କର କ୍ୟାରିୟର ସମ୍ବାଦରୁ ଆରମ୍ଭ କରିଥିଲେ ଓ ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ମଧ୍ୟ ତାଙ୍କର କାର୍ଯ୍ୟ ଅଭିଜ୍ଞତା ରହିଛି । ଆଇଆଇଏମ୍ସି, ଢେଙ୍କାନାଳର ଆଲୁମିନି ବିଭୁଦତ୍ତ ସେଠାରେ କିଛିଦିନ ପାଇଁ ଫାକଲ୍ଟି ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କେତେକ ଅଗ୍ରଣୀ କର୍ପୋରେଟ୍ ଯଥା ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଓ ଏସେଲ୍ ମାଇନିଂ ଇଣ୍ଡଷ୍ଟି୍ରଜ୍ ଲିମିଟେଡ୍ (ଇଏମ୍ଆଇଏଲ୍)ରେ ଲୋକ ସମ୍ପର୍କ ଓ କର୍ପୋରେଟ୍ ଯୋଗାଯୋଗ କ୍ଷେତ୍ରରେ ଅନେକ ନୂତନତା ଆଣିପାରିଛନ୍ତି । ଶ୍ରୀ ମହାପାତ୍ରଙ୍କର ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ୧୭ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ବିଭୁଦତ୍ତ ଅବସରପ୍ରାପ୍ତ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଓ ପୂର୍ବତନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକବଂଶୀଧର ମହାପାତ୍ର ଓ  ଜ୍ୟୋତିର୍ମୟୀ ମହାପାତ୍ରଙ୍କ ପୁତ୍ର ଅଟନ୍ତି ।
     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook