Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବନ୍ଦ ନେଲା ଶିଶୁ କନ୍ୟାର ଜୀବନ

    Share on :
    Date: Sep 10, 2018    Views: 353

    ପାଟନା: ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ସମେତ ଛୋଟ ବଡ଼ ବିଭିନ୍ନ  ରାଜନୈତିକ ଦଳର ସମର୍ଥନରେ ଦେଶରେ ବନ୍ଦ ପାଳିତ ହୋଇଛି ।   ତେବେ ବନ୍ଦ ଜନିତ ରାସ୍ତାରୋକ ହେତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଜଣେ ୨ ବର୍ଷ ଶିଶୁ କନ୍ୟାର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ବିହାରର ଜେହେନାବାଦରେ ଏଭଳି ଘଟଣା ଘଟିଛି । ପ୍ରକାଶ ଯେ, ଶିଶୁଟିର ଶରୀର ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାର ବାପା ଓ ମା ଏକ ଅଟୋରେ ଜେହେନାବାଦ ହସ୍ପିଟାଲକୁ ନେଉଥିଲେ । ତେବେ ଭାରତ ବନ୍ଦ ଜ ନିତ ରାସ୍ତାରୋକ ହେତୁ ଟ୍ରାଫିକ ଜାମ ହେବାରୁ ହସ୍ପିଟାଲ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଫଳରେ ଅଟୋରେ ହିଁ ଶିଶୁର ମୃତୁ୍ୟ ହୋଇଥିଲା । 
    ଏହି ଘଟଣାକୁ ନେଇ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ରହିଛି । କିନ୍ତୁ  ରାସ୍ତାରୋକ ଯୋଗୁଁ ଯେଉଁ ଶିଶୁର ପ୍ରାଣ ଗଲା ସେଥିପାଇଁ କିଏ ଦାୟୀ? ରାହୁଲ ଗାନ୍ଧୀ ଏହାର ଉତ୍ତର ଦେବା ଦରକାର ବୋଲି ସେ କହିଛନ୍ତି । ତେବେ ଶିଶୁ କନ୍ୟାର ବାପା ଓ ମା ବିଳମ୍ବରେ ଡାକ୍ତରଖାନା ବାହାରିଥିବାରୁ ଶିଶୁଟିର ମୃତୁ୍ୟ ହେଲା ବୋଲି ଜେହେନାବାଦର ଏସଡିଓ ପରିତୋଷ କୁମାର କହିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook