Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଦିବାସୀ ନେତା ହୋଇଥିବାରୁ ଉଠୁନି ନିଲମ୍ବନ : ହାଁସଦା

    Share on :
    Date: Sep 10, 2018    Views: 1527

    ଭୁବନେଶ୍ୱର : ‘ଆଦିବାସୀ ଅଂଚଳର ନେତା ହୋଇଥିବାରୁ ମୋ ଉପରୁ ନିଲମ୍ବନ ଉଠୁନି  । ମୋ ପାଇଁ ଆମ ଅଂଚଳର ନେତା ଲବି କରୁନାହାନ୍ତି  । ଉପକୂଳିଆ ନେତା ହୋଇଥିଲେ ପରିସ୍ଥିତି ଅଲଗା ହୋଇଥାନ୍ତା  । କେତେ ପୂର୍ବରୁ ମୋ ଉପରୁ ନିଲମ୍ବନ ଉଠି ଯାଇସାରନ୍ତାଣି । ” ନିଜ ଉପରୁ ନିଲମ୍ବନ ଉଠୁନଥିବାରୁ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡ଼ିରୁ ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦା  । ଏମିତିକି କିଛି ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ବର୍ତମାନ ସୁଦ୍ଧା ନିଲମ୍ବନ କରାଯାଇନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି  । 

    ପ୍ରକାଶ ଯେ, ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ  । ଇତିମଧ୍ୟରେ ତାଙ୍କୁ ଜାମିନ ମିଳିସାରିଥିଲେ ମଧ୍ୟ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇନାହିଁ  । ନିକଟରେ ସେ ବିଜେଡିରୁ ଇସ୍ତଫା ଦେବେ ବୋଲି ମଧ୍ୟ କହିଥିଲେ  । ବିଜେଡି ସଂସଦୀୟ ଦଳ ବୈଠକରେ ତାଙ୍କୁ ଅପମାନିତ କରାଯାଇଥିବାରୁ ନିଜେ ହାଁସଦା ଏଭଳି ଟିପ୍ପଣୀ ଦେଇଥିଲେ  । ସେତେବେଳେ ଗଣମାଧ୍ୟମ ସାମ୍ନାରେ ସେ କହିଥିଲେଯେ, ତାଙ୍କୁ ଅପମାନିତ କରାଯାଇଛି । ଆଉ ଏହି ଦଳରେ ରହିବା ଠିକ ନୁହେଁ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇବେ ବୋଲି ହାଁସଦା ଗତ ଜୁଲାଇ ୨୨ ତାରିଖରେ କହିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook