Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୟୁସିମାସ ଜାତୀୟ ପ୍ରତିଯୋଗିତାରେ ପ୍ରିୟାଂଶୁ ଚମ୍ପିଆନ

    Share on :
    Date: Sep 10, 2018    Views: 153

    ଭୁବନେଶ୍ୱର: ଜାତୀୟସ୍ତରରେ ଆୟୋଜିତ ୧୭ତମ ୟୁସିମାସ ଏବଂ ମେଣ୍ଟାଲ ଏରିଥମେଟିକ ପ୍ରତିଯୋଗିତାରେ ଭୁବନେଶ୍ୱରର ପ୍ରିୟାଂଶୁ ରାଉତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗତ ୧ ଓ ୨ ତାରିଖରେ ଅହମ୍ମଦା ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରିୟାଂଶୁଙ୍କୁ ସେଠାରେ ଆୟୋଜିତ ସମାରୋହରେ ଟ୍ରଫି ସହିତ ନଗଦ ଅର୍ଥରାଶିରେ ସମ୍ମାନିତ କରାଯାଇଛି । ଏହି ବିଜୟ ସହ ସେ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ରାଉଣ୍ଡରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରିୟାଂଶୁ ବର୍ତ୍ତମାନ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଓଏଏସ ଅଧିକାରୀ ପ୍ରଦୀପ କୁମାର ରାଉତ ଓ ତେଜସ୍ୱିନୀ ମଲ୍ଲିକଙ୍କ ସୁପୁତ୍ର । ଏହି ସଫଳତା ପାଇଁ ସେ ନିଜ ପିତାମାତାଙ୍କ ସମେତ ବିଦ୍ୟାଳୟ ଅଧ୍ୟକ୍ଷ କେ.ସି ଶତପଥୀ ଓ ଶୈଳଶ୍ରୀବିହାର ୟୁସିମାସର ଶିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook