Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବନ୍ଦ ପରେ କମି ଯିବ କି ତେଲ ଦର ?

    Share on :
    Date: Sep 10, 2018    Views: 259

    ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ସମେତ ଛୋଟ ବଡ଼ ୨୧ଟି ରାଜନୈତିକ ଦଳର ସମର୍ଥନରେ ଦେଶରେ ବନ୍ଦ ପାଳିତ ହେଉଛି । ବନ୍ଦ ଫଳରେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡ଼ିବ । ଫଳରେ ସରକାର ଦେଶବାସୀଙ୍କ ଦାବି ପୂରଣ କରିବେ ଓ ତୈଳ ଦଳ କମିଯିବ । ଏଭଳି ଭାବୁଥିବା ଦେଶବାସୀ ଜାଣି ରଖିବା ଦରକାର ଯେ, ଆଜି ପର୍ଯ୍ୟନ୍ତ ଭାରତୀୟ ଗଣତନ୍ତ୍ରରେ କୌଣସି ରାଜନୈତିକ ଦଳ ଦ୍ୱାରା କରାଯାଇଥିବା ବନ୍ଦ ପରେ ସରକାର ଦେଶବାସୀଙ୍କ ଦାବି ପୂରଣ କରିବାର ନଜିର ନାହିଁ । ତେବେ କାହା ସ୍ୱାର୍ଥରେ ହେଉଛି ଏଭଳି ବନ୍ଦ?
    ବନ୍ଦ ଦ୍ୱାରା ସାଧାରଣ ଲୋକ ବାହାରକୁ ଯାଇପାରନ୍ତି ନାହିଁ । ଦୋକାନ ବଜାରରୁ ସାମଗ୍ରୀ କିଣି ପାରନ୍ତି ନାହିଁ, ବ୍ୟାଙ୍କ କିମ୍ବା ଏଟିଏମରୁ ଟଙ୍କା ଉଠାଇ ପାରନ୍ତି ନାହିଁ । ଏପରିକି ନିଜର ସର୍ବନିମ୍ନ ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରନ୍ତି ନାହିଁ । ସାଧାରଣ ଜନତା ନିଜ ଗାଡ଼ିରେ ତେଲ ପକାଇପାରନ୍ତି ନାହିଁ । ରାଜନୈତିକ ଦଳ କିନ୍ତୁ ଏହି ସମୟରେ ନିର୍ବିଘ୍ନରେ ନିଜ ସ୍ୱାର୍ଥ ହାସଲ କରିଥାନ୍ତି । ପେଟ୍ରୋଲ ମୂଲ୍ୟ ପ୍ରତିବାଦ  ପ୍ରଦର୍ଶନ କରିବାକୁ ଯାଇ ରାଜନୈତିକ ଦଳ ଲକ୍ଷ ଲକ୍ଷ ଟଙ୍କାର ପେଟ୍ରୋଲ କିଣି ବାଇକ ରାଲି ଆଳରେ କର୍ମୀଙ୍କୁ ଗୋଟିଏ ଦିନ ପୋଡ଼ା ଜଳା କରିବାର ଲାଇସେନ୍ସ ଦିଅନ୍ତି । 
    ଏଭଳି ବନ୍ଦ ଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ମାତ୍ରାରେ କ୍ଷତି ଘଟେ ।  ଏହି କ୍ଷତି ପରବର୍ତ୍ତୀ ସମୟରେ ଦେଶବାସୀଙ୍କ ପକେଟରୁ ପୂରଣ କରାଯାଏ ।  
    ତେଣୁ ବାସ୍ତବରେ ଦେଖିବାକୁ ଗଲେ ଯେଉଁ ବନ୍ଦକୁ ସଫଳ କରି ବିରୋଧୀ ରାଜନୈତିକ ଦଳ ସେମାନଙ୍କ ବିଜୟ ଉତ୍ସବ ପାଳନ କରନ୍ତି ବାସ୍ତବରେ ତାହା ଦେଶର ଅର୍ଥନୀତିର କ୍ଷତି ଘଟାଇଥାଏ । ଏହି କ୍ଷତି ପରବର୍ତ୍ତୀ ସମୟରେ ଦେଶର ଜନତାଙ୍କ ଠାରୁ ମୂଲ୍ୟବୃଦ୍ଧି ଓ ଟିକସ ଆକାରରେ ସାଧାରଣ ଜନତାଙ୍କ ଠାରୁ ଆଦାୟ କରି ପୂରଣ ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook