Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଂଗ୍ରେସର ଅଭିନବ ପ୍ରତିବାଦ

    Share on :
    Date: Sep 10, 2018    Views: 751

    ଭୁବନେଶ୍ୱର: ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାରି ମଧ୍ୟରେ ଓଡ଼ିଶାରେ ଦେଖିବାକୁ ମିଳିଛି କଂଗ୍ରେସର ଅଭିନବ ପ୍ରତିବାଦ । କେଉଁଠି ଶଗଡ଼ରେ ବସି ତ କେଉଁଠି ଘୋଡ଼ାରେ ବସି ମୋଦି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି କଂଗ୍ରେସ ।

    ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳର କଂଗ୍ରେସ କର୍ମୀମାନେ ଶଗଡ଼ରେ ବସି ତୈଳ ଦର ବୃଦ୍ଧି ବିରୋଧରେ ନାରାବାଜି କରିଥିଲେ । କେବଳ ପେଟ୍ରୋଲ କି ଡିଜେଲ ନୁହେଁ ଗ୍ୟାସ ଦରକୁ ନେଇ ବି ଶଗଡ଼ ଉପରେ ବସି କଂଗ୍ରେସ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା ।  

    ସେହିପରି ଖୋର୍ଦ୍ଧା ଢମଣା ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ଘୋଡ଼ାରେ ବସି ତେଲ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । ତେବେ ଅନେକ ସ୍ଥାନରେ ଜଳା ପୋଡ଼ାର ଘଟଣା ସାମନାକୁ ଆସିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook