Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚାଲିଚାଲି ବିଧାନସଭା ଆସିଲେ ବିଧାୟକ

    Share on :
    Date: Sep 10, 2018    Views: 3437

    ଭୁବନେଶ୍ୱର : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ସାରା ଭାରତ ବନ୍ଦ  । ଏହାର ପ୍ରଭାବ ମଧ୍ୟ ଓଡ଼ିଶାରେ ପଡ଼ିଛି  । ରାଜଧାନୀରେ ଅଖ ଚକ ଜାମ ହୋଇଯାଇଛି  । ଅପରପକ୍ଷରେ ଆଜି ବିଧାନସଭା ଥିବାବେଳେ ବିଧାୟକମାନେ କିଭଳି ଗୃହକୁ ଆସିବେ ସେନେଇ ଚିନ୍ତାରେ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା  । କଂଗ୍ରେସ କର୍ମୀମାନେ ଏଜି ଛକ, ପିଏମଜି ଛକରେ ବନ୍ଦ ପାଳନକୁ ଜୋରଦାର କରିଥିବାରୁ ବିଧାନସଭାକୁ ଆସିବା ପାଇଁ ବିଧାୟକ, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା  । ଫଳରେ କେତେକ ବିଧାୟକ ନିଜ କ୍ୱାର୍ଟରରୁ ଚାଲି ଚାଲି ବିଧାନସଭା ଆସିବାକୁ ବାଧ୍ୟ ହୋଇଥିଲେ  । ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ପ୍ରମୁଖ ଚାଲିଚାଲି ବିଧାନସଭା ଆସିଥିଲେ  । କଂଗ୍ରେସର ବନ୍ଦ ପାଳନ ପାଇଁ ଆଜି ବହୁ ବିଧାୟକ ଗୃହରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା  ।

    Maximum 500 characters

    ଅଧିକ ମତାମତ

    Kendra taila rate brudhi Kari sadharana janatanku hairan karuchhanti

    Pintu Roul Aruha

    Sep 10, 2018

    ରାଜ୍ୟ ଖବର View all

    Find Us on Facebook