Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ଦ ବେଳେ ଗଣ୍ଡଗୋଳ, ତଦନ୍ତ କମିଟି ଗଢିଲା କଂଗ୍ରେସ

    Share on :
    Date: Sep 10, 2018    Views: 1477

    ଭୁବନେଶ୍ୱର: ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଟାୟାର ଜାଳି ରାସ୍ତା କରିଛନ୍ତି । ତେବେ ଏହି ବନ୍ଦ ବେଳେ ପୁରୀ ଜିଲ୍ଲା କାକଟପୁର ଓ ବାଲେଶ୍ୱର ଜିଲ୍ଲା ରେମୁଣାରେ ଗଣ୍ଡଗୋଳ ଘଟିଛି । ତେବେ ଏହି ଘଟଣାର ତଦନ୍ତ କରିବ କଂଗ୍ରେସ  । ଏହି ଗଣ୍ଡଗୋଳର କାରଣ ଓ ଏଥିପାଇଁ କିଏ ଦାୟୀ ତାର ତଦନ୍ତ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୩ଜଣିଆ କମିଟି ଗଠନ କରିଛନ୍ତି ।  ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏହି ଘଟଣାରେ କଂଗ୍ରେସ କର୍ମୀ ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ତଦନ୍ତ କରିବ କମିଟି । ଯଦି କେହି କଂଗ୍ରେସ କର୍ମୀ ଏଥିରେ ସମ୍ପୃକ୍ତ ଥିବେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook