Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କ ପାଖରେ ବିଜେପି କୃତଜ୍ଞ : ଅମିତ ଶାହା

    Share on :
    Date: Sep 9, 2018    Views: 9807

    ଭୁବନେଶ୍ୱର : ‘ବିଜେପିର ସମସ୍ତ କାର୍ଯ୍ୟକର୍ତା ଆପଣଙ୍କ ପାଖରେ କୃତଜ୍ଞ’  । ଏମିତି ଭାବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଅମିତ ଶାହା  । ଅଟଳ ବିହାରୀ ବାଜପେୟୀଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିବାରୁ ଶାହା ନବୀନଙ୍କୁ ପତ୍ର ଲେଖିଛନ୍ତି  ।

    ଗତ ଅଗଷ୍ଟ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଶାହା ପତ୍ର ଲେଖିଛନ୍ତି  । ନିଜ ପତ୍ରରେ ଶାହା ଉଲ୍ଲେଖ କରିଛନ୍ତିଯେ, ଅଗଷ୍ଟ ୧୬ରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଜ୍ୟୋତି ଅନନ୍ତ ବ୍ରହ୍ମାଣ୍ଡକୁ ଯାତ୍ରା କରିଥିଲେ  । ଏଥିରେ ସାରା ଦେଶ ଶୋକାଭିଭୂତ ହୋଇପଡ଼ିଥିଲା  । ଶୋକ ସମୟରେ ଦେଶବାସୀଙ୍କ ସହ ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କୁ ଧୈର୍ଯ୍ୟ ପ୍ରଦାନ କରିବାକୁ ଆପଣ ଯେପରି ହାତ ବଢ଼ାଇ ସମ୍ବେଦନା ପ୍ରକାଶ କଲେ ସେଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି  । ସେହିପରି ଯେଭଳି ତପôରତାର ସହ ଏମସ ଆସି ଅଟଳଜୀଙ୍କ ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କଲେ ଏବଂ ତାଙ୍କର ମହାପ୍ରୟାଣ ପରେ ସ୍ମୃତିଚାରଣ କରିବା ସହ ମରଶରୀରରେ ପୁଷ୍ପାଞ୍ଜଳୀ ଅର୍ପଣ କଲେ ତଥା ଜ୍ଞାତି ପରିଜନ ଓ କାର୍ଯ୍ୟକର୍ତାଙ୍କ ଧୈର୍ଯ୍ୟ ବଢ଼ାଇଲେ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ନିଜର ଭାବାଞ୍ଜଳୀ ଅର୍ପଣ କଲେ ସେଥିପାଇଁ ମୁଁ ବିନୟ ଭାବେ କୃତଜ୍ଞତା ଜଣାଉଛି ବୋଲି ଶାହା ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି  ।

    ଏତଦବ୍ୟତୀତ ଆପଣଙ୍କ ଶ୍ରଦ୍ଧାର ଭାବ ଏବଂ ସମବେଦନାଯୁକ୍ତ ଶବ୍ଦରେ ଅଟଳଜୀ ଏବଂ ବିଜେପି ଦଳ ସହ ଛିଡ଼ା ହୋଇ ଦୁଃଖ ସମୟରେ ଆଗକୁ ଯିବାକୁ ଶକ୍ତି ପ୍ରଦାନ କରିଛି  । ସେଥିପାଇଁ ବିଜେପିର ସବୁ କାର୍ଯ୍ୟକର୍ତା ଆପଣଙ୍କ ପାଖରେ କୃତଜ୍ଞତା ପ୍ରକାଶ କରୁଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook