Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦାମବାବୁ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବାରୁ ଧନ୍ୟବାଦ : ବିଜେପି

    Share on :
    Date: Sep 9, 2018    Views: 1731

    ଭୁବନେଶ୍ୱର : ଡାକ୍ତର ଦାମୋଦର ରାଉତଙ୍କ ଉପରେ ସିନା ବିଜୁ ଜନତା ଦଳ ଖପ୍ପା  । ହେଲେ ବିରୋଧୀ ପୂରା ଖୁସ  । ବିଜେପି ଓ କଂଗ୍ରେସ ନେତାମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି  । ସମବାୟ ହେଉକି କୃଷି, ସରକାରଙ୍କ ଆଡ଼କୁ ଦାମଙ୍କ ତେରଚ୍ଛା ବାଣ ବିରୋଧୀ ଶିବିରକୁ ବେଶ ଉତ୍ସାହିତ କରିଛି  । ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ମତରେ ବିରୋଧୀ ଦଳ ଯାହା କରିବା କଥା ତାହା ଦାମବାବୁ କରୁଛନ୍ତି  । ସେ ଜଣେ ଅଭିଜ୍ଞ ନେତା  । ଦୁର୍ନୀତିର ପର୍ଦ୍ଧାଫାଶ ପାଇଁ ଦାମବାବୁ ଚାହୁଁଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ମଧ୍ୟ ପ୍ରଦୀପ ପୁରୋହିତ ପଛେଇ ନାହାନ୍ତି  । ଏମିତିକି ଦାମଙ୍କ ଅଭିଯୋଗ ଉପରେ ସିବିଆଇ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି  । ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦାମଙ୍କ କଥାକୁ ଶତପ୍ରତିଶତ ସମର୍ଥନ କରିଛନ୍ତି  । ପ୍ରତି ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ହେଉଥିବାବେଳେ କାଗଜକଲମରେ ଲୁଟ ଚାଲିଛି ବୋଲି ନିରଞ୍ଜନ କହିବା ସହ ତଦନ୍ତ ଦାବି କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook