Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ସୁପ୍ରିମକୋର୍ଟ ଆମର’

    Share on :
    Date: Sep 9, 2018    Views: 151

    ନୂଆଦିଲ୍ଲୀ: ରାମ ମନ୍ଦିରକୁ ନିର୍ମାଣ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ସୁପ୍ରିମକୋର୍ଟରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ବିଚାରାଧୀନ ଥିବାବେଳେ ଏହାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ପରେ ଏବେ ତାଙ୍କ ସରକାରରେ ମନ୍ତ୍ରୀ ଥିବା ମୁକୁଟ ବିହାରୀ ବର୍ମ ସୁପ୍ରିମକୋର୍ଟଙ୍କୁ ନିଜର ବୋଲି କହି ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ । କାରଣ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ଏବଂ ସୁପ୍ରିମକୋର୍ଟ ମଧ୍ୟ ଆମର । କେବଳ ଏତିକି ନୁହେଁ ନ୍ୟାୟପାଳିକା, ପ୍ରଶାସନ, ଦେଶ ଓ ମନ୍ଦିରକୁ ନିଜର ବୋଲି କହିଛନ୍ତି ବିଜେପିର ଏହି ମନ୍ତ୍ରୀ । ତେବେ ମୁକୁଟଙ୍କ ଏହି ବୟାନ ପରେ ଏବେ ଆରମ୍ଭ ହୋଇଛି ବିବାଦ । ତେବେ ବିବାଦ ଦେଖା ଦେବା ପରେ ନିଜୟ ବୟାନ ବଦଳାଇବା ସହ ମୁକୁଟ କହିଛନ୍ତି ଯେ, ଦେଶର ନିବାସୀ ହୋଇଥିବାରୁ ମୋର କୋର୍ଟଙ୍କ ଉପରେ ଭରସା ରହିଛି । କିନ୍ତୁ କୋର୍ଟ ଆମ ସରକାରଙ୍କର ବୋଲି ସେ ଆଦୌ କହିନଥିବା କହିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook