Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାହୁଲ ଗାନ୍ଧି ଦେଶର ସବୁଠାରୁ ନିର୍ବୋଧ ବ୍ୟକ୍ତି: କେସିଆର

    Share on :
    Date: Sep 7, 2018    Views: 2591

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେଉଛନ୍ତି ଦେଶର ସବୁଠାରୁ ନିର୍ବୋଧ ବ୍ୟକ୍ତି । ଏକଥା ଆମେ କହୁନାହୁଁ । ଏହା କହିଛନ୍ତି ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରସି) ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି । ସେ କହିଥିଲେ ଯେ, ସଂସଦର ଗତ ଅଧିବେଶନରେ ରାହୁଲ ଗାନ୍ଧି ଯେଭଳି  ଢଙ୍ଗରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କଲେ ଓ ଆଖି ମାରିଲେ ତାହା ସମଗ୍ର ଦେଶବାସୀ ଦେଖିଛନ୍ତି । ସେଥିରୁ ତାଙ୍କ ନିର୍ବୋଧତା ପ୍ରମାଣିତ ହେଉଛି । ତେଲେଙ୍ଗାନାରେ ରାହୁଲଙ୍କ ନିର୍ବାଚନୀ ପ୍ରଚାର ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ କେସିଆର କହିଥିଲେ ଯେ, କଂଗ୍ରେସର ଦିଲ୍ଲୀ ସାମ୍ରାଜ୍ୟକୁ ରାହୁଲ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି । ତେଣୁ କଂଗ୍ରେସ କିମ୍ବା ଦିଲ୍ଲୀର କ୍ରୀତଦାସ ନହେବା ପାଇଁ ଲୋକଙ୍କୁ ମୁଁ ଆହ୍ୱାନ ଦେଇ ଆସୁଛି । କଂଗ୍ରେସକୁ ତେଲେଙ୍ଗାନାର ସବୁଠାରୁ ବଡ଼ ଶତ୍ରୁ ଭାବେ ଅଭିହିତ କରି କେସିଆର କହିଛନ୍ତି ଯେ, ତେଲେଙ୍ଗାନାର ସ୍ୱାର୍ଥ ଓ ମଙ୍ଗଳ ସମ୍ପର୍କିତ ନିଷ୍ପତ୍ତି ତେଲେଙ୍ଗାନା ହିଁ ନେବା ଆବଶ୍ୟକ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook