Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଉତ୍ତମ ପୋଡ଼ଶୀ ହେବାକୁ ଚାହୁଁଛନ୍ତି କି

    Share on :
    Date: Sep 6, 2018    Views: 87

    ଉତ୍ତମ ପୋଡ଼ଶୀ ହେବାକୁ ଚାହୁଁଛନ୍ତି କି । ଯଦି ହଁ ତେବେ ଆପଣଙ୍କୁ କିଛି ଉପାୟ ଅବଲମ୍ବନ କରିବାକୁ ପଡ଼ିବ  । ପଡେ଼ାଶୀ ହିସାବରେ ଅନ୍ୟମାନଙ୍କ ଦରକାର ସମୟରେ ଶକ୍ତି ଓ ସାମର୍ଥ୍ୟ ମୁତାବକ ଆର୍ଥିକ ସାହାଯ୍ୟ ଯୋଗାଇ ଦିଅନ୍ତୁ । ୟା, ତା’ ବିରୁଦ୍ଧରେ ଗପିବା, କଥା ହେବା ଏକ ବଡ଼ ବଦଅଭ୍ୟାସ । ଦେଖାଯାଏ ବୁଲି ଯିବା ବାହାନାରେ ପଡେ଼ାଶୀଙ୍କ ସହିତ ୟା, ତା’ ନାମରେ ଗୁଡ଼ାଏ ଗପ ଗପିବା କେତେକଙ୍କ ସ୍ୱଭାବରେ ପରିଣତ ହୋଇଯାଇଥାଏ । (ବିଶେଷ କରି ମହିଳାଙ୍କ କ୍ଷେତ୍ରରେ) । ପଡେ଼ାଶୀ ହିସାବରେ କାହା ନିକଟରେ କାହା ବିରୁଦ୍ଧରେ କୌଣସି କଥା ପ୍ରକାଶ କରି ଅପ୍ରିୟ ହୁଅନ୍ତୁ ନାହିଁ । କୌଣସି ପଡେ଼ାଶୀଙ୍କ ବ୍ୟବହାରରେ ଆପଣ ଯଦି ଅସନ୍ତୁଷ୍ଟ ତେବେ ତାଙ୍କ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ଅଯଥାରେ କଳି ଝଗଡ଼ା କରି ଅଶାନ୍ତ ପରିବେଶ ସୃଷ୍ଟି କରନ୍ତୁ ନାହିଁ । ଯଦି କୌଣସି ଫ୍ଲାଟ, କ୍ୱାର୍ଟର କିମ୍ବା ଭଡ଼ା ଘରେ ଉପର ମହଲାରେ ରହୁଥାନ୍ତି ତେବେ ଆପଣଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ସିଡିରେ ଯିବା ଆସିବା ସମୟରେ ଜୋରରେ ଚପଲ ଶବ୍ଦ କରନ୍ତୁ ନାହିଁ । ଚେୟାର, ଟେବୁଲ କିମ୍ବା ଭାରି ବସ୍ତୁ ବାରମ୍ବାର ଟଣାଓଟରା କରନ୍ତୁ ନାହିଁ । ଏହାର ଶବ୍ଦ ତଳ ମହଲାର ପଡେ଼ାଶୀଙ୍କ ଶାନ୍ତି ନଷ୍ଟ କରିପାରେ । ଅଯଥାରେ ସେମାନଙ୍କ ଅସନ୍ତୋଷ ତଥା ଆକ୍ରୋଶର କାରଣ ହୁଅନ୍ତୁନି । ଅହଂ ବା ବଡ଼ପଣିଆକୁ ଜାହିର କରିବାକୁ ଯାଇ ଅନ୍ୟ ପଡେ଼ାଶୀଙ୍କ ସହିତ ଉତ୍ତମ ବ୍ୟବହାର ନକରିବା ମଧ୍ୟ ଏକ ଅମାନବୀୟ ଆଚରଣ । ବରଂ ବୟସର ସାମଞ୍ଜସ୍ୟ ଓ ତାରତମ୍ୟ ଦେଖି ଅନ୍ୟମାନଙ୍କ ସହ ଉତ୍ତମ ଆଚରଣ କରନ୍ତୁ । ପଡେ଼ାଶୀଙ୍କ ଠାରୁ ଯଦି କିଛି ମାଗି ଆଣିଥାନ୍ତି, ତେବେ ଯଥା ସମୟରେ ତାକୁ ଫେରାଇ ଦିଅନ୍ତୁ । 

    Maximum 500 characters

    ବିଶେଷ View all

    Find Us on Facebook