Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ସୁପ୍ରିମକୋର୍ଟ

    Share on :
    Date: Sep 6, 2018    Views: 197

    ନୂଆଦିଲ୍ଲୀ: ସମଲିଙ୍ଗତା ଅପରାଧ ନୁହେଁ । ତେଣୁ ଧାରା ୩୭୭ର ବୈଧତାକୁ ଚ୍ୟାଲେଞ୍ଜ ଜରି କରାଯାଇଥିବା ଆବେଦନ ଉପରେ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟରେ ଗଠିତ ବେଞ୍ଚ । ଗୁରୁବାର ଏହି ମାମଲାର ରାୟ ପ୍ରକାଶ କରି ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ସମଲିଙ୍ଗୀ ଲୋକଙ୍କ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଜଣେ ମଣିଷ ଯେମିତି ତାଙ୍କୁ ସେମିତିଭାବେ ଗ୍ରହଣ କରିବା ଉଚିତ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ରାୟ ପ୍ରଦାନ କରିଛନ୍ତି । ୫ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ରୋହିଟନ ନୀରମନ, ଏଏମ ଖାନବିଲକର, ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦୁ ମଲହୋତ୍ରା ପ୍ରମୁଖ ସେମାନଙ୍କ ରାୟ ପ୍ରଦାନ କରିବା ପରେ ମାନ୍ୟବର କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ଦୁଇ ଜଣ ବୟସ୍କଙ୍କ ମଧ୍ୟରେ ସମ୍ମତି ଭିତ୍ତିରେ ଅପ୍ରାକୃତିକ ଶାରୀରିକ ସମ୍ପର୍କ ଆଇନ ଦୃଷ୍ଟିକୋଣରୁ ଅପରାଧ ଘୋଷଣା କରିବା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେନ୍ଦ୍ର ସରକାର କୋର୍ଟଙ୍କ ଉପରେ ଛାଡ଼ି ଦେଇଛନ୍ତି । ପ୍ରଚଳିତ ଆଇନ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏକ ଅପରାଧ । ଧାରା ୩୭୭ ଅନୁସାରେ ଏହି ଅପରାଧ ପାଇଁ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶର ବ୍ୟବସ୍ଥା ରହିଛି । କିନ୍ତୁ ଏହି ଧାରା ବିରୋଧରେ ସ୍ୱେଚ୍ଛାସେବୀ ସଙ୍ଗଠନ ନାଜ ଫାଉଣ୍ଡେସନ ପକ୍ଷରୁ କୋର୍ଟଙ୍କ ଆଶ୍ରୟ ନିଆଯାଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook