Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁପିରେ ବନ୍ୟା, ୨୬ ମୃତ

    Share on :
    Date: Sep 5, 2018    Views: 143

    ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟାରେ ଗତ ୩ ଦିନ ମଧ୍ୟରେ ୨୬ ଜଣଙ୍କ ମୃତୁ୍ୟ ହୋଇଛି । ଏଥିସହ ୬୦୦ଟି ଘର ଭୁଶୁଡ଼ି ପଡ଼ିଛି । ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହା ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଲଗାଣ ବର୍ଷା ଯୋଗୁଁ ଗଙ୍ଗା, ଘାଘରା, ରାମଗଙ୍ଗା ଓ ଶାରଦା ନଦୀରେ ବନ୍ୟା ଆସିଥିବାରୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛ । ବାରବାଙ୍କି, ବାରଣାସୀ, କାନପୁର, ସୀତାପୁର, ବରେଲି, ଶାହଜାହାନପୁର, ମିଟର, ଆହ୍ଲାବାଦ, ସୋନଭଦ୍ରା, ଫତେପୁର ଏବଂ ଗୋରଖପୁର ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ପଶ୍ଚିମ ଉତ୍ତର ପ୍ରଦେଶରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି ।  ବନ୍ୟା ର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook