Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୫ ହଜାର ଫେସବୁକ ଲାଇକ ଥିଲେ ମିଳିବ କଂଗ୍ରେସ ଟିକେଟ

    Share on :
    Date: Sep 4, 2018    Views: 2688

    ଭୋପାଳ : ଖୁବଶୀଘ୍ର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ  । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଜେପି ଓ କଂଗ୍ରେସ  । ଦୀର୍ଘଦିନ ଧରି କ୍ଷମତାରେ ଥିବା ବିଜେପିକୁ ହଟାଇବା ପାଇଁ କଂଗ୍ରେସ କସରତ କରୁଛି  । ତେବେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ଟିକେଟ ଆବଂଟନ ନେଇ ଜାରି ଗାଇଡ଼ଲାଇନ ଏବେ ବେଶ ଚର୍ଚ୍ଚା ସୃଷ୍ଟିକରିଛି  । ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ନେତାମାନଙ୍କୁ ହିଁ ଟିକେଟ ମିଳିବ ବୋଲି ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି  । ଯେଉଁମାନଙ୍କ ଟ୍ୱିଟରରେ ଅତିକମରେ ୫ ହଜାର ଫଲୋଅର ଓ ଫେସବୁକ ପେଜରେ ୧୫ ହଜାର ଲାଇକ ଥିବ ଟିକେଟ ଆବଂଟନ ବେଳେ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି କୁହାଯାଇଛି  ।

    ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ଦଳର ସମସ୍ତ ପଦାଧିକାରୀ ଓ ବିଧାୟକମାନଙ୍କ ପାଇଁ ଏହି ଗାଇଡ଼ଲାଇନ ଜାରି ହୋଇଛି  । ପ୍ରଥମ ଯୋଗ୍ୟତା ଭାବେ ଟ୍ୱିଟର ଓ ଫେସବୁକ ପେଜ ରହିବା ସହ ନିଜ ନିର୍ବାଚନମଣ୍ଡଳୀ ଓ ବୁଥସ୍ତରରେ ହ୍ୱାଟସଆପ ଗ୍ରୁପ ଥିବ ବୋଲି ଗାଇଡ଼ଲାଇନରେ ଉଲ୍ଲେଖ ରହିଛି  । ଅପରପକ୍ଷରେ ଦ୍ୱିତୀୟ ଯୋଗ୍ୟତା ଭାବେ ଟ୍ୱିଟରରେ ୫ ହଜାର ଫଲୋଅର ଓ ଫେସବୁକ ପେଜରେ ୧୫ ହଜାର ଲାଇକ ରହିଥିବା ଦରକାର  । ଖାଲି ସେତିକିନୁହେଁ ଆଶାୟୀ ପ୍ରାର୍ଥୀ ଓ ପଦାଧିକାରୀମାନେ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବାକୁ କୁହାଯାଇଛି  । ମଧ୍ୟପ୍ରଦେଶ କଂଗ୍ରେସର ସମସ୍ତ ପୋଷ୍ଟକୁ ରିଟ୍ୱିଟ କରିବା ସହ ନିଜ ନିଜ ଫେସବୁକ ପେଜରେ ଲାଇକ ଓ ସେୟାର କରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି  । ସେପ୍ଟେମ୍ବର ୧୫ ସୁଦ୍ଧା ନିଜ ନିଜର ସୋସିଆଲ ମିଡ଼ିଆ ପ୍ରଦର୍ଶନ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରିବାକୁ ଗାଇଡ଼ଲାଇନରେ ଉଲ୍ଲେଖ ରହିଛି  । ଯେଉଁମାନେ ଏହିସବୁ ଯୋଗ୍ୟତା ପରିପୂରଣ କରୁଥିବେ ସେମାନଙ୍କ ନାମ ହିଁ ଟିକେଟ ଆବଂଟନ ବେଳେ ବିଚାରକୁ ନିଆଯିବ  ।

    ସୂଚନାଯୋଗ୍ୟଯେ, ମଧ୍ୟପ୍ରଦେଶରେ ବିଜେପିର ସୋସିଆଲ ମିଡ଼ିଆ ଟିମ ମଧ୍ୟ ବେଶ ଶକ୍ତିଶାଳୀ ରହିଛି  । ବିଜେପି ଆଇଟି ସେଲ ପକ୍ଷରୁ ୬୫ ହଜାର ସାଇବର ୱାରିୟର ଗଢ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି  । ଅପରପକ୍ଷରେ ଏବେ କଂଗ୍ରେସର ୪ ହଜାର ସାଇବର ୱାରିୟର ଥିବାବେଳେ ସେମାନଙ୍କୁ ‘ରାଜୀବ କେ ସିପାହୀ’ ବୋଲି କୁହାଯାଉଛି  ।

    Read more

    କଂଗ୍ରେସ ସଭାପତି ରେସରେ କିଏ ?

    ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦରୁ ଆଜି ରାହୁଲ ଗାନ୍ଧି ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ଘୋଷଣା କରିବା ପରେ ପରବର୍ତ୍ତୀ କଂଗ୍ରେସ ସଭାପତି କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଗାନ୍ଧୀ ପରିବାରରୁ  କେହି ଦଳ ସଭାପତି ହେବେ ନାହିଁ ବୋଲି ରାହୁଲ ...

    Read more

    ଗାନ୍ଧୀ ପରିବାର ବାହାରୁ କିଏ ହୋଇଛନ୍ତି କଂଗ୍ରେସ ସଭାପତି

    ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦରୁ ରାହୁଲ ଇସ୍ତଫା ଘୋଷଣା ପରେ ଏବେ ଗାନ୍ଧି ପରିବାର ପକ୍ଷରୁ ବାହାରୁ ସଭାପତି ନିଯୁକ୍ତି ଦେବା ପାଇଁ କସରସ ଆରମ୍ଭ ହୋଇଯାଇଛି । ଦୁଇ ଦଶନ୍ଧି ପରେ ଏବେ କଂଗ୍ରେସ ପୁଣି ଅଣ ଗାନ୍ଧି ପରିବାର ବାହାରୁ ସଭାପତି ପାଇବାକୁ ଯାଉଛି । ତେବେ ଦଳର ...

    Read more

    କମିଲାଣି ଶିକ୍ଷାର ମାନ: ସତ୍ୟପ୍ରକାଶ

    ଭୁବନେଶ୍ୱର:  ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।  ରାଜ୍ୟରେ ୯୬୬ଟି ସ୍କୁଲ ବନ୍ଦ ହେବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ।  ସ୍କୁଲ ବନ୍ଦ ହେବା ଘଟଣାକୁ କଂଗ୍ରେସ ପକ୍ଷରୁ ...

    Maximum 500 characters

    ଅଧିକ ମତାମତ

    I like Congress. N rajibganhi sir. He started all programs,for Indian people. He is a good administration.

    Arup Kumar polei

    Sep 6, 2018

    ରାଜନୀତି View all

    Find Us on Facebook