Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ନଖ ଅନୁସାରେ ଜଣଙ୍କୁ କେମିତି ଚିହ୍ନିବେ

    Share on :
    Date: Sep 4, 2018    Views: 1129

    ଯେଉଁମାନଙ୍କ ନଖ ମଳିନ ସେମାନେ ମିଥ୍ୟାବାଦୀ । ନଖର ରଙ୍ଗ ଲାଲ ହେଲେ ଜିଦଖୋର, କ୍ଷଣକୋପୀ ଓ ମାନସିକ ସୁସ୍ଥତା । ନଖର ରଙ୍ଗ କଳା ହେଲେ ଅବିଶ୍ୱାସୀ ଓ କଠିନରୋଗୀ । ନଖର ରଙ୍ଗ ନୀଳ ହେଲେ ଦୁର୍ବଳ, ସନେ୍ଦହୀ ଓ ରକ୍ତଦୋଷରେ ପୀଡ଼ିତ । ନଖର ରଙ୍ଗ ଧଳା ହେଲେ ଦୈହିକ ଓ ମାନସିକ ଦିଗରେ ଦୁର୍ବଳ । ନଖ ଅଧା ନୀଳ/ଅଧା ଗୋଲାପୀ ହେଲେ ସୁଖ ଓ ଦୁଃଖରେ ସମାନ  । ନଖ ଗୋଲାପୀ ହେଲେ ଦେହ ଓ ମନ ସୁସ୍ଥ ରହେ । ଯେଉଁ ପୁରୁଷର ନଖ ଭଙ୍ଗୂର ସଦୃଶ ସେ ଫୁସଫୁସ ରୋଗରେ ପୀଡ଼ିତ । ଯାହାର କନିଷ୍ଠ ଆଙ୍ଗୁଳି ନଖ ଉପରେ ଧଳା ଚିହ୍ନ ଥାଏ ସେ  ସଫଳ କର୍ମୀ । ଯାହାର ତର୍ଜନୀ ନଖ ଉପରେ ଧଳା ଚିହ୍ନ ଥାଏ ସେ ପ୍ରତିଷ୍ଠା ପାଏ । ଯାହାର ଅନାମିକା ନଖରେ ଧଳା ଚିହ୍ନ ଥାଏ ସେ ପ୍ରେମରେ ସଫଳତା ପାଏ । ଯାହାର ମଧ୍ୟମା ନଖରେ ଧଳା ଚିହ୍ନ ଥାଏ ସେ ସବୁଥିରେ ସଫଳତା ପାଏ । ଯାହାର ନଖ ଲମ୍ବା ସେ ଓସ୍ତାଦ ପ୍ରକୃତିର । ଯାହାର ନଖ ଚଉଡ଼ା ସେ ଜ୍ଞାନୀ । ଯାହାର ନଖ ତମ୍ବାଳିଆ ଓ ଲମ୍ବା ସେ ପରିବାରକୁ ନେଇ ଆନନ୍ଦରେ ଚଳେ । ଯାହାର ନଖ ଲମ୍ବା ଓ ବଙ୍କା ସେ ନିଷ୍ଠୁର ଓ ହୃଦୟବାନ । ହାଲକା ରଙ୍ଗର ନଖ ଦୁର୍ବଳତା ଓ ଦୁଃଖର ଚିହ୍ନ । ନଖର ପ୍ରାନ୍ତ ଭାଗ ଗୋଲାକାର ହୋଇଥିଲେ ସର୍ବସୁଲକ୍ଷଣ ଯୁକ୍ତ ।

    Maximum 500 characters

    ବିଶେଷ View all

    Find Us on Facebook