Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନିଯୁକ୍ତି ପାଇବେ ୨୫୯୬ ଡାକ୍ତର

    Share on :
    Date: Sep 2, 2018    Views: 641

    ଭୁବନେଶ୍ୱର : ଖୁବଶୀଘ୍ର ୨୫୯୬ ଜଣ ଡାକ୍ତର ନିଯୁକ୍ତି ପାଇବେ  । ଏନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି  । ଫଳରେ ଡାକ୍ତର ଅଭାବ ସମସ୍ୟା ଦୂରୀଭୂତ ହୋଇପାରିବ  । 

    ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ ଡାକ୍ତର ନିଯୁକ୍ତି ପାଇଁ କାଉନସେଲିଂ ଆରମ୍ଭ ହେବ  । ଏହି କାଉନସେଲିଂ ମାଧ୍ୟମରେ ୧୧୩ ଜଣ ବିଶେଷଜ୍ଞ ଏବଂ ୪୮୩ ଜଣ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ  । କାଉନସେଲିଂ ସରିବା ପରେ ସେମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାଯିବ  । ଆସନ୍ତା ୧୦ ଦିନ ମଧ୍ୟରେ ଏହି ସବୁ ପଦବୀ ପୂରଣ କରାଯିବ  । ଅପରପକ୍ଷରେ ୧୭୧ ଦନ୍ତ ଚିକିତ୍ସକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି  ।

    ସେହିପରି ନୂତନ କ୍ୟାଡ଼ର ରୁଲ ଅନୁଯାୟୀ ଆହୁରି ଅଧିକ ୨ ହଜାର ନୂତନ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି  । ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook