Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗୃହିଣୀମାନେ ପୁଲିସର ସହାୟତା ନେବାକୁ ଚାହୁଁଥିଲେ

    Share on :
    Date: Sep 2, 2018    Views: 237

    ୧- ସ୍ଥାନୀୟ ପୁଲିସ ଷ୍ଟେସନର ଟେଲିଫୋନ ନମ୍ବର ସବୁବେଳେ ମୋବାଇଲରେ ରଖନ୍ତୁ ।
    ୨- ନୂଆ କରି ଆସିଥିବା ପଡେ଼ାଶୀ କିମ୍ବା ନୂଆ ସମ୍ପର୍କୀୟଙ୍କ ପ୍ରତି ନଜର ରଖନ୍ତୁ । ସେମାନଙ୍କ ପ୍ରତି ଟିକେ ସନେ୍ଦହ ହେଲେ ପୁଲିସକୁ ଜଣାଇ ଦେବା ଆବଶ୍ୟକ ।
    ୩- ଚାକର, ଧାଈ କିମ୍ବା କାମ ଛାଡ଼ି ଚାଲିଯାଇଥିବା ଧାଈର ନାମ, ସ୍ଥାନୀୟ ଠିକଣା, ପୂର୍ବରୁ କେଉଁଠି କାମ କରୁଥିଲା ଏ ସବୁ ରଖିବା ପାଇଁ ପୁଲିସ ଷ୍ଟେସନରେ ଏକ ଫର୍ମ ମିଳୁଛି । ତାହାକୁ ପୂରଣର କରି ପୁଲିସ ଷ୍ଟେସନରେ ଦେବା ଉଚିତ । ଏହାକୁ ଦେଖି ପୁଲିସ ସବିଶେଷ ତଦନ୍ତ କରିପାରିବ ।
    ୪- ଘର ଜଗିବା ପାଇଁ ତାଲିମ ପ୍ରାପ୍ତ ଚୌକିଦାର ରଖନ୍ତୁ । ଦିନ ଓ ରାତି ପାଇଁ ଅଲଗା ଅଲଗା ଚୌକିଦାର ଦେବା ଦରକାର । ଚୌକିଦାରଙ୍କ ଠିକଣା ପୁଲିସକୁ ଦିଅନ୍ତୁ ।
    ୫-ଯଦି ନିଜେ ମହିଳାମାନେ ଥାନାକୁ ଆସିବାକୁ ନଚାହାନ୍ତି, ତାହା ହେଲେ ସ୍ଥାନୀୟ ସବଇନ୍ସପେକ୍ଟରଙ୍କୁ ସମସ୍ୟା ସମ୍ପର୍କରେ ଟେଲିଫୋନରେ ଜଣାଇ ଦେବା ଉଚିତ । ତା ପରେ ସେହି ଅଞ୍ଚଳରେ ଥାନା ପକ୍ଷରୁ ପଇଁତଣା ମରାଯିବ । ଏହାଛଡ଼ା ଯଦି ସ୍ଥାନୀୟ ପୁଲିସ କିଛି ନବୁଝେ, ତାହାଲେ ଜନମଙ୍ଗଳ ସଙ୍ଗଠନ ଦ୍ୱାରା ଲୋକପ୍ରତିନିଧିମାନେ ସ୍ୱତନ୍ତ୍ର ମହିଳା ପୁଲିସ ଅଫିସରଙ୍କୁ ଆପଣଙ୍କ ସମସ୍ୟା ବିଷୟରେ ଅବଗତ କରାଯାଇପାରେ ।
    ୬- ଯଦି ବି କୌଣସି ସମସ୍ୟା ହୁଏ, ତେବେ ଫ୍ଲାଟରେ ରହୁଥିବା ଲୋକମାନେ ସମସ୍ତଙ୍କ ନିମେନ୍ତ  ଗୋଟଇଲ ସତର୍କ ଘଣ୍ଟି ରଖିବା ଉଚିତ । ଯାହାକି ସୁଇଚ ଟିପିବା କ୍ଷଣି ସମସ୍ତଙ୍କୁ ଶୁଣାଯାଉଥିବ ।

    Maximum 500 characters

    ବିଶେଷ View all

    Find Us on Facebook