Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେରଳ ବନ୍ୟା ପାଇଁ ଅଟକିଛି କଂଗ୍ରେସ ପ୍ରାର୍ଥୀ ତାଲିକା, କିଏ ଲଢ଼ିବେ କେଉଁଠୁ ?

    Share on :
    Date: Sep 1, 2018    Views: 7965

    ଭୁବନେଶ୍ୱର : ସେପ୍ଟେମ୍ବର ୧୫ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି  । ପ୍ରଭାରୀ ଜିତେନ୍ଦ୍ର ସଂହଙ୍କ ଉପସ୍ଥିତିରେ ପିସିସି ପକ୍ଷରୁ ଭୁବନେଶ୍ୱରରେ ଚୂଡ଼ାନ୍ତ ହୋଇଥିବା ତାଲିକା ଉପରେ ହିଁ ସ୍କି୍ରନିଂ କମିଟି ମୋହର ମାରିବେ  । ତେବେ ଏଯାବତ୍ ସ୍କ୍ରିନିଂ କମିଟି  ନିକଟରେ ଏହି ତାଲିକା ପହଁଚି ନଥିବା ଜାଣିବାକୁ ମିଳିଛି  । ଓଡ଼ିଶା ସ୍କି୍ରନିଂ କମିଟି ଅଧ୍ୟକ୍ଷ ଭିଡ଼ି ସାଥେସାନ ଏବେ କେରଳରେ ଅଛନ୍ତି  । କେରଳ ପାରୁଳ ବିଧାନସଭା ଆସନରୁ ସେ ବିଧାୟକ ରହିଥିବାବେଳେ ରିଲିଫ ଓ ଥଇଥାନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି  । କେରଳରେ ସ୍ଥିତି ସୁଧୁରିବା ପରେ ଭିଡ଼ି ସାଥେସାନ ପିସିସି ପକ୍ଷରୁ ଆସିଥିବା ତାଲିକାକୁ ଯାଂଚ କରିବେ  । ତାଙ୍କ ସହ ସ୍କି୍ରନିଂ କମିଟି ସଦସ୍ୟ ଥିବା ଜିତନ ପ୍ରସାଦ ଓ ନୌସାଦ ସୋଲାଙ୍କି ମଧ୍ୟ ଅନୁଧ୍ୟାନ କରିବେ  । ପରେ ଏହି ତାଲିକା ଏଆଇସିସି ହାଇକମାଣ୍ଡଙ୍କ ଅନୁମୋଦନ ପାଇଁ ପଠାଯିବ  । ତେବେ ପିସିସି ପକ୍ଷରୁ ଯେଉଁ ତାଲିକା ଯାଇଛି ତାହା ହିଁ ଗ୍ରହଣ କରାଯିବ  । କେବଳ ଔପଚାରିକତା ଦୃଷ୍ଟିକୋଣରୁ ସ୍କି୍ରନିଂ କମିଟି ଏହାକୁ ଯାଂଚ କରିବେ ବୋଲି ଜାଣିବାକୁ ମିଳିଛି  । କେବେ କଂଗ୍ରେସର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ସେନେଇ କଳ୍ପନା ଜଳ୍ପନା ଜାରିରହିଛି  । ଇତିମଧ୍ୟରେ କେରଳରେ ବନ୍ୟା ସ୍ଥିତିରେ ଅନେକ ସୁଧାର ଆସିସାରିଛି  । ଏମିତିକି ଯେକୌଣସି ମୁହୂର୍ତରେ ମଧ୍ୟ ସ୍କି୍ରନିଂ କମିଟି ଓ ଏଆଇସିସି ତାଲିକା ଉପରେ ମୋହର ମାରିବେ ବୋଲି କୁହାଯାଉଛି  । ତେବେ ଅତିବେଶୀରେ ସେପ୍ଟେମ୍ବର ୧୫ ସୁଦ୍ଧା ତାଲିକା ପ୍ରକାଶ ପାଇବା ନିଶ୍ଚିତ ହୋଇଯାଇଛି  । 

    କେଉଁ ବିଧାୟକମାନଙ୍କ ତାଲିକା ପ୍ରଥମ ଦଫାରେ ପ୍ରକାଶ ପାଇବ ସେନେଇ ଏକ ସୂତ୍ରରୁ ତଥ୍ୟ ହସ୍ତଗତ ହୋଇଛି  । ସବୁ ବିଧାୟକଙ୍କୁ ଟିକେଟ ମିଳିବ ବୋଲି ପୂର୍ବରୁ ସ୍ପଷ୍ଟ ହୋଇସାରିଥିବାବେଳେ ପ୍ରଥମ ଦଫାରେ ବିଧାୟକମାନଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବ  । ପୂର୍ବରୁ କେବଳ ନରସିଂହ ମିଶ୍ର ବଲାଙ୍ଗୀରରୁ ଲଢ଼ିବେ କି ନାହିଁ ସେନେଇ ଆଶଙ୍କା ପ୍ରକାଶ ପାଇଥିଲା  । କିନ୍ତୁ ନରସିଂହ ପୁଣି ଥରେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଥିବାରୁ ତାଙ୍କ ନାମ ମଧ୍ୟ ପ୍ରଥମ ଦଫାରେ ସାମିଲ ହୋଇଛି  । 

    ପ୍ରଥମ ଦଫାରେ ଝାରସୁଗୁଡ଼ା : ନବ କିଶୋର ଦାସ, ତଳସରା : ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡ଼ : ଯୋଗେଶ କୁମାର ସିଂହ, ବଲାଙ୍ଗୀର : ନରସିଂହ ମିଶ୍ର, ଡାବୁଗାଁ : ଭୁଜବଳ ମାଝୀ, ଜି.ଉଦୟଗିରି : ଜାକବ ପ୍ରଧାନ, ସାଲେପୁର : ପ୍ରକାଶ କୁମାର ବେହେରା, ଆଳି : ଦେବେନ୍ଦ୍ର ଶର୍ମା, ରାଜନଗର : ଅଂଶୁମାନ ମହାନ୍ତି, ଜଗତସିଂହପୁର : ଚିରଞ୍ଜିବୀ ବିଶ୍ୱାଳ, ପାରଳାଖେମୁଣ୍ଡି : କେ. ସୂର୍ଯ୍ୟ ନାରାୟଣ ରାଓ, ଲକ୍ଷ୍ମୀପୁର : କୈଳାସ ଚନ୍ଦ୍ର କୁଳେସିକା, କୋଟପାଡ଼ : ଚନ୍ଦ୍ରଶେଖର ମାଝୀ, ଜୟପୁର : ତାରା ପ୍ରସାଦ ବାହିନୀପତି ଓ କୋରାପୁଟ : କୃଷ୍ଣଚନ୍ଦ୍ର ସଗରିଆଙ୍କ ନାମ ଘୋଷଣା କରାଯିବ  ।

    ସେହିପରି ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଅନେକ ଆଗଧାଡ଼ିର ନେତା ବି ପ୍ରଥମ ଦଫାରେ ଟିକେଟ ପାଇବେ  । କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କଟକ-ବାରବାଟୀରୁ ମହମ୍ମଦ ମୁକିମ୍, ଆଠଗଡ଼ରୁ ଉମା ବଲ୍ଳଭ ରଥ, ନିମାପଡ଼ାରୁ ବିଶ୍ୱ ଦାସ, ଜଟଣୀରୁ ସୁରେଶ ରାଉତରାୟ, ଏକାମ୍ରରୁ ରଶ୍ମୀ ମହାପାତ୍ର, ସାନଖେମୁଣ୍ଡିରୁ ରମେଶ ଜେନା, ରେଢ଼ାଖୋଲରୁ ଆସଫ ଅଲ୍ଲୀ ଖାନ୍, ସମ୍ବଲପୁରରୁ ରାଜକିଶୋର ଦାସ, ସୋହଲାରୁ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ଦେବତାଙ୍କ ପୁଅ, ପାରାଦୀପରୁ ବାପି ସର୍ଖେଲ, ବାଲିକୁଦାରୁ ଲଲାଟେନ୍ଦୁ ମହାପାତ୍ର, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, ବ୍ରଜରାଜନଗରରୁ କିଶୋର ଚନ୍ଦ୍ର ପଟେଲ ପ୍ରମୁଖଙ୍କ ନାମ ପ୍ରଥମ ଦଫା ଟିକେଟ ତାଲିକାରେ ରହିଛି ବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ଅଧିକ ମତାମତ

    Good silection. ଭଲ ନିଷ୍ପତି। ଏହା ସ୍ୱାଗତ୍ ଯୋଗ୍ୟ। ଯେଉଁ ମାନେ ନିଜ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପାଇଂ ସମୟ ଦେଇ ବିଭିନ୍ନ କଂଗ୍ରେସ ସଙ୍ଗଠନରେ ରହିଆସିଛନ୍ତି।ସେମାନଙ୍କୁ ଅଗ୍ରାଧିକାର ଦିଆଯାଉ।

    Narayana Sahoo

    Sep 1, 2018

    ରାଜନୀତି View all

    Find Us on Facebook