Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାୟକଙ୍କୁ ପାଣି ପାଉଚ ମାଡ଼ ପ୍ରସଙ୍ଗ, ପ୍ରଶାନ୍ତ ନନ୍ଦଙ୍କୁ ଦାୟୀ କଲା ବେଗୁନିଆ ବିଜେଡ଼ି

    Share on :
    Date: Aug 29, 2018    Views: 10520

    ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବାବେଳେ ବେଗୁନିଆ ରାଜନୀତି ଉଷ୍ଣ ହେବାରେ ଲାଗିଛି  । ସାଂସଦ ଓ ବିଧାୟକଙ୍କ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ବେଗୁନିଆରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି  । ଯାହାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଗୁରୁତର ସହ ଗ୍ରହଣ କରିଥିବାବେଳେ ଖୁବଶୀଘ୍ର କେତେକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାଣିବାକୁ ମିଳିଛି  ।

    ମିଳିଥିବା ସୂଚନାନୁଯାୟୀ, ଆଜି ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଧବଙ୍କ ବିରୋଧରେ ଅସନ୍ତୁଷ୍ଟ ବିଜେଡ଼ି ନେତାମାନେ ମେଳି କରିଥିଲେ  । ସାରୁଅ ଠାରୁ ବେଗୁନିଆ ପର୍ଯ୍ୟନ୍ତ ଏକ ର୍ୟାଲି କରାଯାଇ କୁଶପଲ୍ଲାରେ ମିଟିଂ ପାଇଁ ସ୍ଥିରୀକୃତ ହୋଇଥିଲା  । ଅପରପକ୍ଷରେ ବେଗୁନିଆ ବିଜେଡ଼ି ପକ୍ଷରୁ ମଧ୍ୟ ଛାତ୍ର ଓ ଯୁବ ଶୋଭାଯାତ୍ରା କରିବା ପାଇଁ ଯୋଜନା କରାଯାଇଥିଲା  । ସାରୁଅ ଠାରୁ ବେଗୁନିଆ ବିଜେଡ଼ି ପକ୍ଷରୁ ଏହି ଶୋଭାଯାତ୍ରା ହେବାର କାର୍ଯ୍ୟକ୍ରମ ରହିଥିଲା  । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀର ଶୋଭାଯାତ୍ରା ଉପରେ ରୋକ ଲାଗିଥିଲା  । ସାରୁଅ ଠାରୁ ବେଗୁନିଆ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା  । ଶୋଭାଯାତ୍ରା ନହେବାରୁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ କୁଶପଲ୍ଲାରେ ଏକ ସମାବେଶ କରିଥିଲେ  । ଅପରପକ୍ଷରେ ବିଧାୟକ ଶ୍ରୀ ଜଗଦେ୍ଧବ ବଡ଼ବେରେଣାରେ ଡେଙ୍ଗୁ ସମ୍ପର୍କରେ ସମୀକ୍ଷା କରିଥିଲେ  । ବଡ଼ବେରେଣାରୁ ସେ କୁଶପଲା ରାସ୍ତା ଦେଇ ଫେରିବା ବେଳେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ପାଉଚପାଣି ଓ ଚେୟାର ଫୋପାଡ଼ିଥଲେ  । ଯାହାକୁ ନେଇ ବେଗୁନିଆ ବିଜେଡ଼ି ରାଜନୀତି ସରଗରମ ହୋଇଯାଇଛି  ।

    ଏନେଇ ବେଗୁନିଆ ବିଜୁ ଯୁବ ଜନତା ଦଳ ସଭାପତି ବିଭୂତି ମହାନ୍ତି କହିଛନ୍ତିଯେ, ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରରୋଚନାରେ ବିଧାୟକଙ୍କ ଉପରେ ଆକ୍ରମଣ କରାଯାଇଛି  । ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳକୁ ଦୁର୍ବଳ କରିବା ପାଇଁ ଶ୍ରୀ ନନ୍ଦ ଯେଉଁ ଯୋଜନା କରୁଛନ୍ତି ସେଥିରେ ସଫଳ ହେବେନାହିଁ  । ବିଜେଡ଼ିର ସଂଗଠନ ସୁଦୃଢ଼ ରହିଛି  । ସବୁ ନେତା ଏକାଠି ହୋଇ କାର୍ଯ୍ୟ କରୁଛନ୍ତି  । ଗତ ପଂଚାୟତ ନିର୍ବାଚନରେ ଯେଉଁ ନେତାମାନେ ବିଜେପି ସହ ହାତ ମିଳାଇଥିଲେ ସେଭଳି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏଭଳି କାର୍ଯ୍ୟ କରୁଛନ୍ତି  । ଏନେଇ ଖୁବଶୀଘ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ  ।

    ଏନେଇ ବେଗୁନିଆ ବିଜୁ ଜନତା ଦଳ ସଭାପତି ଅନାଦି ସାହୁ କହିଛନ୍ତିଯେ, ୨୦୧୪ ନିର୍ବାଚନରେ ବେଗୁନିଆରେ ପ୍ରଥମ ଥର ପାଇଁ ବିଜେଡ଼ି ଜିଣିଥିଲା  । ପ୍ରଶାନ୍ତ ଜଗଦେ୍ଧବ ପ୍ରାୟ ୪୦ ହଜାର ଭୋଟରେ ବିଜୟୀ ହୋଇଥିଲେ  । ବେଗୁନିଆରେ ବିଜେଡ଼ି ସଂଗଠନ ସୁଦୃଢ଼ କରିବା ଦିଗରେ ସେ ଉଦ୍ୟମ ଜାରି ରଖିଥିବାବେଳେ ୨୦୧୯ରେ ପୁଣି ଥରେ ସେ ବେଗୁନିଆରୁ ବିଧାୟକ ହେବେ  । ହେଲେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଜାଣିଶୁଣି ଦଳରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରି ଆସୁଛନ୍ତି  । ସାଂସଦ ପ୍ରଶାନ୍ତ ନନ୍ଦ ଓ ତାଙ୍କ ପୁଅ ବେଗୁନିଆ ବିଜେଡ଼ିରେ ଫାଟ ସୃଷ୍ଟି କରିବାକୁ ଅତୀତରେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି  । ଏମିତିକି ବେଗୁନିଆ ବିଜେଡ଼ିରେ ଅଯଥା ମୁଣ୍ଡ ନପୂରାଇବାକୁ ତାଙ୍କୁ ଦଳର ହାଇକମାଣ୍ଡ ଓ ଜିଲ୍ଲା ବିଜେଡ଼ି ପକ୍ଷରୁ ତାଗିଦ କରାଯାଇଛି  । ଯେଉଁଥିପାଇଁ ଉଦେ୍ଧଶ୍ୟମୂଳକ ଭାବେ ଶ୍ରୀ ନନ୍ଦ ଆମ ଓଡ଼ିଶା, ବିଜେପିର କେତେକ ନେତାଙ୍କ ସହ ମିଶି ବିଜେଡ଼ିର କୋଣଠେସା ନେତାଙ୍କୁ ଧରି ଏଭଳି ନାଟକ କରୁଛନ୍ତି  । ବେଗୁନିଆ ଓ ବୋଲଗଡ଼ର ହଜାର ହଜାର ବିଜେଡ଼ି କର୍ମୀ ଗଣେଶ ଜଗଦେ୍ଧବଙ୍କ ପଛରେ ଠିଆ ହୋଇଥିବାବେଳେ ଆଗାମୀ ଦିନରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ କଡ଼ା ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି  ।

    ଅପରପକ୍ଷରେ ଏନେଇ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରତିକ୍ରିୟା ନେବାକୁ ଆମ ପ୍ରତିନିଧି ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ  ।

     

    Maximum 500 characters

    ଅଧିକ ମତାମତ

    ଅପ୍ରିୟ ସତ କଥା ପ୍ରସାନ୍ତ ନନ୍ଦ ଅଜଥା ତାଙ୍କ ପୁଅ ପାଇଁ ବେଗୁନିଆ ରେ ଏକ ନୂଆ ବିଜେଡି ଗଠନ କରିବାରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।ହେଲେ ସବୁ ବେଳେ ବେଗୁନିଆରେ ଗଣେଷ ଜଗଦ୍ଦେବ ରହିଛି ରହିବ

    bibhuti

    Aug 29, 2018

    ରାଜନୀତି View all

    Find Us on Facebook