Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆରବିଆଇ ରିପୋର୍ଟ : ୯୯.୩% ଅଚଳ ନୋଟ ଫେରିଛି

    Share on :
    Date: Aug 29, 2018    Views: 1015

    ଭୁବନେଶ୍ୱର : ବିମୁଦ୍ରୀକରଣ ଯୋଗୁଁ କଳାଧନ ଉପରେ ରୋକ ଲାଗିଛି ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରୁଛନ୍ତି  । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ  । ଅଚଳ ହୋଇଥିବା ୫ ଶହ ଓ ୧ ହଜାର ଟଙ୍କିଆ ମଧ୍ୟରୁ ୯୯.୩% ଟଙ୍କା ଆରବିଆଇ ପାଖକୁ ଫେରିଆସିଛି  । ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି  । ୧୫ ଲକ୍ଷ ୩୧ ହଜାର କୋଟି ଟଙ୍କାର ଅଚଳ ଟଙ୍କା ଫେରିଥିବାବେଳେ ୧୦ ହଜାର ୭୨୦ ଟଙ୍କା ଫେରିନାହିଁ  ।

    ୨୦୧୭-୧୮ ଆର୍ଥିକ ବର୍ଷର ରିପୋର୍ଟ ଅନୁଯାୟୀ, ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ  । ସେତେବେଳେ ଆରବିଆଇ ପକ୍ଷରୁ ବଜାରକୁ ୧୫ ଲକ୍ଷ ୪୧ ହଜାର କୋଟି ଟଙ୍କାର ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ଛଡ଼ାଯାଇଥିଲା  । ଏହାଦ୍ୱାରା କଳାଧନ ଉପରେ ରୋକ ଲାଗିଯିବ ବୋଲି ମୋଦି ସରକାର କହିଥିଲେ  । କିନ୍ତୁ ବାସ୍ତବରେ ବିମୁଦ୍ରୀକରଣରୁ କୌଣସି ସୁଫଳ ମିଳିନଥିବାରୁ କଂଗ୍ରେସ ଏନେଇ ସରକାରଙ୍କୁ ପ୍ରଶ୍ନ କରିଛି  ।

    କଂଗ୍ରେସ ପକ୍ଷରୁ କୁହାଯାଇଛିଯେ, ୨୦୧୭ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେଯେ, ୩ ଲକ୍ଷ କୋଟି ଟଙ୍କାର ସୁଫଳ ମିଳିଛି  । କିନ୍ତୁ ଆରବିଆଇ ରିପୋର୍ଟରେ ମାତ୍ର ୧୦ ହଜାର କୋଟି କୁହାଯାଇଛି  । ଏଭଳି ମିଛ ପାଇଁ ମୋଦି କ୍ଷମା ମାଗିବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି  ।  

    Maximum 500 characters

    ଅର୍ଥନୀତି View all

    Find Us on Facebook